fbpx

ମିଳିଗଲା ପାତାଳ ଲୋକକୁ ରାସ୍ତା, ଜାଣନ୍ତୁ କେଉଁଠି ଅଛି

ଜୟପୁର: ଆଜି ପର୍ଯ୍ୟନ୍ତ ଆପଣ ମାନେ ସ୍ୱର୍ଗ ଲୋକ ଓ ପାତାଳ ଲୋକ ସମ୍ପର୍କରେ ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ । ବିଭିନ୍ନ କାହାଣୀ ଓ ପୁରାଣ ମାନଙ୍କରେ ସ୍ୱର୍ଗ ଲୋକ ଓ ପାତାଳ ଲୋକ ସମ୍ପର୍କରେ ପଢ଼ିଥିବେ । କିନ୍ତୁ ଆଜି ଯାଏ କିଏ ବି ଜାଣିବାରେ ସଫଳ ହୋଇପାରିନାହାନ୍ତି ଯେ, ଏହି ପାତାଳ ଲୋକ କେଉଁଠାରେ ରହିଛି । ହେଲେ ପାତାଳ ଲୋକ ସମ୍ପର୍କରେ ଅନେକ ଜାଗାରେ କୁହାଯାଇଛି । ନର୍ମଦା ନଦୀକୁ ପାତାଳ ନଦୀ ବୋଲି କୁହାଯାଏ । ଏହି ନଦୀ ଭିତରେ ଅନେକ ରାସ୍ତା ରହିଛି ଯେଉଁ ବାଟ ଦେଇ ପାତାଳ ଲୋକକୁ ଯାଇହେବ ।

ତେବେ ସମୁଦ୍ର ମଧ୍ୟ ଦେଇ ମଧ୍ୟ ପାତାଳ ଲୋକକୁ ଯାଇହେବ । କାରଣ ପୃଥିବୀରେ ୭୫ ପ୍ରତିଶତ ଭାଗରେ ଜଳ ରହିଛି । ପାତାଳ ଲୋକର କିଛି ବି କଳ୍ପନା ନାହିଁ । କିନ୍ତୁ ପୁରାଣ ମାନଙ୍କରେ ଏହା ବିଷୟରେ ଉଲ୍ଲେଖ କରାଯାଇଛି । ପୁରାଣ ଅନୁସାରେ ପୃଥିବୀ ତଳେ ସାତ ଟି ଲୋକ ରହିଛି । ଯେମିତିକି ଅତଳ, ଭୁତଳ, ସୁତଳ, ରସାତଳ, ତଳାତଳ, ମହାତଳ ଏବଂ ପାତାଳ ।

ଅନେ୍ଧରୀ ଗୁମ୍ଫାରେ ଦେବୀ ଦେବତା ମାନଙ୍କ ଶହ ଶହ ମୁର୍ତ୍ତି ସହିତ ଏକ ଖମ୍ବ ରହିଛି । କୁହାଯାଏ ଯୋଧପୁର ପାଖରେ ଏକ ଏପରି ଗୁମ୍ପା ରହିଛି ଯାହାର ଶେଷ କେଉଁଠି ଅଛି କେହି ବି ଜାଣିପାରିନାହାନ୍ତି କି ଖୋଜି ବି ପାରିନାହାନ୍ତି । ଏହା ବ୍ୟତୀତ ପିଥୌରାଗଡ଼ ଠାରେ ବି ଏକ ପାତାଳ ଭୁବନେଶ୍ୱର ଗୁମ୍ଫଜା ରହିଛି । ଏଥିରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ରହିଛି । ଏଥିସହିତ ଏକ ଖମ୍ବ ବି ରହିଛି ଯାହାକି ଲଗାତର ଭାବରେ ବଢ଼ୁଛି । କୋଲକାତାର ଖାଡ଼ୀ ପାଖରେ ନାଗଲୋକ ଥିବା ମଧ୍ୟ କୁହାଯାଏ ।

ନାଗ ସମ୍ପ୍ରଦାୟ ମଧ୍ୟ ଏଠାରେ ରୁହନ୍ତି। ପୁରାଣରେ ନାଗ ସମ୍ପ୍ରଦାୟକୁ ନାଗ ଲୋକ ଭାବରେ ଉଲ୍ଲେଖ କରାଯାଇଛି। ଯାହା ପୃଥିବୀ ଭିତରେ ଅଛି । ବାଲ୍ମିକୀ ରାମାୟଣରେ ଏକ କାହାଣୀ ଉଲ୍ଲେଖ କରାଯାଇଛି ଯେଉଁଥିରେ ଶ୍ରୀ ରାମ ଏବଂ ଲକ୍ଷ୍ମଣଙ୍କୁ ଅହିରାବଣ ଅପହରଣ କରି ପାତାଳକୁ ନେଇଯାଇଥିଲା । ତା’ପରେ ହନୁମାନ ସେଠାକୁ ଯାଇ ଅହିରାବଣଙ୍କୁ ହତ୍ୟା କରି ପୃଥିବୀକୁ ଫେରାଇ ଆଣିଲେ ।

 

Get real time updates directly on you device, subscribe now.