fbpx

ବଙ୍ଗୋପସାଗରରୁ ଆସୁଛି ଛୋଟ ବାତ୍ୟା, ୨୬ରେ କରିବ ଲ୍ୟାଣ୍ଡଫଲ୍ ! ଆଜିଠୁ ୩ଦିନ ଯାଏଁ ପ୍ରବଳ ଛେଚିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ବଙ୍ଗୋପସାଗରରୁ ଆସୁଛି ଛୋଟ ବାତ୍ୟା। ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ୍ ସମୟରେ ଏହା ପ୍ରକୋପରେ ୭୦ରୁ ୯୦ କି.ମି ପବନ ବହିବପାରେ। ମାତ୍ରା ଏହି ଛୋଟ ବାତ୍ୟା ପ୍ରକୋପରୁ ବର୍ତ୍ତିଯିବ ଓଡ଼ିଶା। ତେବେ ଏହାର ପ୍ରଭାବରେ ଆଜିଠୁ ରାଜ୍ୟ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପବନର ବେଗ ବଢ଼ିବ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସମେତ ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥା ମଧ୍ୟ ଏଭଳି ପୂର୍ବାନୁମାନ ଦେଖାଇଛନ୍ତି ।

ଆସନ୍ତା ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ । ପରବର୍ତ୍ତୀ ୨୪ ଘଣ୍ଟା ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳକୁ ମୁହାଁଇବ । ବିଶାଖାପାଟଣା ଓ ଗୋପାଳପୁର ମଝିରେ କଳିଙ୍ଗପାଟନମ୍‌ ସ୍ଥଳଭାଗ ଛୁଇଁବ । ଆଇଏମ୍‌ଡି ପୂର୍ବାନୁମାନ ହେଲା, ଶନିବାରଠୁ ବର୍ଷା ବଢ଼ିବ । ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେବ ।  ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

 

୨୬ ତାରିଖ (ରବିବାର) ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳରେ ପ୍ରବଳରୁ ପ୍ରବଳରୁ ବର୍ଷା ସମ୍ଭାବନା ଥିବାବେଳେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ମାଲକାନଗିରି, କୋରାପୁଟ, ବୌଦ୍ଧ, ନବରଙ୍ଗପୁର, ରାୟଗଡ଼ା, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ (ସୋମବାର) ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ପ୍ରବଳତର ଏବଂ ଗଞ୍ଜାମ, ଗଜପତି, ରାୟଗଡ଼ା, ସୋନପୁର, କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୮ରେ ବର୍ଷା ପରିମାଣ ସାମାନ୍ୟ କମିବ ।

Get real time updates directly on you device, subscribe now.