fbpx

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ୍.ଭି.ରମନ୍ନା

ପୁରୀ,(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ୍.ଭି.ରମନ୍ନା। ସକାଳ ୭ଟାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଦର୍ଶନ ଶେଷ ହେବା ପରେ ହୋଟେଲକୁ ଯିବେ। ସେଠାରେ ଜଳଖିଆ କରିବା ପରେ କଟକ ଅଭିମୁଖେ ଯାତ୍ର କରିିବା କାର୍ଯ୍ୟକ୍ରମ ରହିଛି।

ସୂଚନା ମୁତାବିକ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶୁକ୍ରବାର ସନ୍ଧ୍ୟା ୭ଟା.୫୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏୟାପୋର୍ଟରେ ଓଡ଼ିଶା ପ୍ରଧାନ ବିଚାରପତି ଡକ୍ଟର ଏସ୍‌ମୁରଲିଧର ଏବଂ ଓଡିଶା ହାଇକୋର୍ଟର ବିଚାରପତିମାନେ ତାଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ସେ ସିଧା ପୁରୀ ଯାଇଥିଲେ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ନୁଥାଲପଟି ଭେଙ୍କଟ ରମନ୍ନା ଶୁକ୍ରବାର ରାତି ସାଢ଼େ ୯ଟାରେ ପୁରୀରେ ପହଞ୍ଚିଛନ୍ତି । ମେ’ଫେୟାର ହୋଟେଲ ସମ୍ମୁଖରେ ପ୍ରଧାନ ବିଚାରପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭି.କେ ପାଣ୍ଡିଆନ୍‌ (୫ଟି ସଚିବ), ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ଏସ୍‌ପି କେ ବିଶାଲ ସିଂହ, ରାଜ୍ୟ ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା, ପୁରୀ ସାଂସଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ରଙ୍କ ସମେତ ବିଚାର ବିଭାଗୀୟ ଅଫିସରମାନେ ସ୍ୱାଗତ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ହୋଟେଲରେ ରାତ୍ରିଯାପନ କରିଛନ୍ତି ।

ଆଜି ସକାଳ ୭ଟାରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ପ୍ରଧାନ ବିଚାରପତିଙ୍କ ଦର୍ଶନ ପ୍ରସ୍ତୁତିକୁ ଶୁକ୍ରବାର ରାତିରେ ସମୀକ୍ଷା କରାଯାଇଛି । କିଛି ବିଚାର ବିଭାଗୀୟ ଅଫିସର ଶ୍ରୀମନ୍ଦିର ଯାଇ ପତିତପାବନଙ୍କ ଦର୍ଶନ କରିଥିଲେ । ଆଜି ସକାଳ ୭ଟାରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିରରେ ଦର୍ଶନ ସାରି, ହୋଟେଲରେ ଜଳଖିଆ କରି କଟକ ଅଭିମୁଖେ ରୋଡରେ ଯାତ୍ରା କରିବେ ।

Get real time updates directly on you device, subscribe now.