fbpx

ଆଇପିଏଲ-୨୦୨୧: ଆଜି ଦିଲ୍ଲୀର କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ମକାବିଲା

ଆବୁଧାବି : ଆଇପିଏଲ-୨୦୨୧ ୩୬ତମ ଲିଗ୍ ମ୍ୟାଚ୍‌ରେ ଦିଲ୍ଲୀର କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଆଇପିଏଲ-୧୪ର ଦ୍ୱିତୀୟ ଭାଗରେ କ୍ୟାପିଟାଲ୍ସ ଓ ରୟାଲ୍ସ ନିଜ ନିଜର ପ୍ରଥମ ମୁକାବିଲା ଜିତି ଦୃଢ଼ ମନୋବଳରେ ରହିଛନ୍ତି । କ୍ୟାପିଟାଲ୍ସ ଦଳ ପ୍ରଥମ ଭାଗ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ନେବା ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଫେରି ପାଇବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ରୟାଲ୍ସ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି । ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ ।

ଗତ ଏପ୍ରିଲ ୧୫ ତାରିଖରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ୍ସ ୩ ୱିକେଟ୍‌ରେ ବିଜୟୀ ହୋଇଥିଲା । କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ରିଷଭ ପନ୍ତଙ୍କ ଅର୍ଦ୍ଧଶତକ (୫୧) ବଳରେ ୮/୧୪୭ରନ୍‌ କରିଥିଲା । ଜବାବରେ ରୟାଲ୍ସ ୨ଟି ବଲ୍‌ ବାକି ଥାଇ ୭ ୱିକେଟ୍‌ ବିନିମୟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ।

Get real time updates directly on you device, subscribe now.