fbpx

ରାସ୍ତା ମଝିରେ ଏ କି ଅଭଦ୍ରାମି! ମହିଳାଙ୍କୁ ବାନ୍ଧିକି ପିଟିଲେ, ପୁଅକୁ ବି ଛାଡ଼ିଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ମଝିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ଜଣେ ଯୁବକ ଓ ତାଙ୍କର ପରିବାରବର୍ଗ । ସେମାନେ ମହିଳା ଓ ତାଙ୍କର ପୁଅକୁ ମରଣାନ୍ତକ ଆକ୍ରମଣ କରିବା ସହ ନାନା ପ୍ରକାର ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ତେବେ ଆକ୍ରମଣ କରିଥିବା ଯୁବକଙ୍କ ସହ ମହିଳାଙ୍କର ପୂର୍ବରୁ କୌଣସି ଶତ୍ରୁତା ନଥାଇ ବି ସେମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ମହିଳାଜଣଙ୍କ ।

ସୂଚନା ଅନୁଯାୟୀ, କଟକର ପାଲାମଣ୍ଡପ ନିକଟରେ ଏକ ଲଣ୍ଡ୍ରି ପାଖରେ ମହିଳା ଜଣଙ୍କ ନିଆ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଆସି ତାଙ୍କୁ ବିଭିନ୍ନ କଟୁ କଥା କହିବା ସହ ଆକ୍ରମଣ କରିଥିଲେ । ସେ ବ୍ୟକ୍ତି ଜଣକ ମହିଳାଙ୍କ ସ୍କୁଟି ଚାବି ନେଇଯାଇ ପାଇପରେ ପିଟିବା ସହ ଅଭଦ୍ରାମିର ସୀମା ଅତିକ୍ରମ କରିଯାଇଥିଲେ । ଆକ୍ରମଣକାରୀମାନେ ମହିଳାଙ୍କର ଛାତି, ପିଚା, ପିଟି, ହାତ, ଗୋଡ଼ କୌଣସି ସ୍ଥାନକୁ ନ ଛାଡ଼ିବା ସହ ଆକ୍ରମଣରେ ତାଙ୍କର ହାତରେ ଗୁରୁତର ଆଘାତ ଲାଗିଛି । ଏପରିକି ଆକ୍ରମଣକାରୀମାନେ ମହିଳାଙ୍କୁ ବାନ୍ଧି ୨୦ ମିନିଟ୍ ପର୍ଯ୍ୟନ୍ତ ବାଡ଼େଇଥିଲେ ହେଁ କୌଣସି ଲୋକ ତାଙ୍କୁ ଉଦ୍ଧାର କରିନଥିଲେ । ଜଣେ ମହିଳାଙ୍କ ପ୍ରତି ଏଭଳି ବ୍ୟବହାରକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.