fbpx

ଆସନ୍ତା ବର୍ଷ ଭାରତ-ଇଂଲଣ୍ଡ ଖେଳିବେ ଟେଷ୍ଟ ମ୍ୟାଚ୍‌, ଗୋଟିଏ ମ୍ୟାଚ୍ ଅନୁଷ୍ଠିତ ହେବ

ଲଣ୍ଡନ: ଆସନ୍ତା ବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଶନିବାର ଦିନ ଇଂଲଣ୍ଡ କ୍ରିକେଟ ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ତେବେ ଏହି ମ୍ୟାଚ ପାଇଁ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇ ନାହିଁ ।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଇଂଲଣ୍ଡରେ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଅନୁଷ୍ଠିତ ହୋଇଥିଲା । ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ୪ ମ୍ୟାଚ ସମାପ୍ତ ହୋଇଥିବା ବେଳେ କରୋନା ସଂକ୍ରମଣ ଆଶଙ୍କା କରି ଭାରତୀୟ ଦଳ ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଖେଳିବାକୁ ଭାରତୀୟ ଦଳ ମନା କଲେ । କାରଣ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ ରବିଶାସ୍ତ୍ରୀଙ୍କ ସହିତ ବୋଲିଂ କୋଚ ଭରତ ଅରୁଣ ,ଫିଲ୍ଡିଂ କୋଚ ଆର ଶ୍ରୀଧର ଓ ଜୁନିୟର ଫିଜିଓ ଯୋଗେଶ ପାର୍ମର କରୋନାରେ ଆକ୍ରାନ୍ତ ହୋଇଥିଲେ । ତେଣୁ ଭାରତୀୟ ଖେଳାଳି ମାନେ ଏମାନଙ୍କ ସଂସ୍ପର୍ଶରେ ଆସି ଥିବାରୁ ପଞ୍ଚମ ଟେଷ୍ଟ ଅବସରରେ କରୋନାରେ ସଂକ୍ରମିତ ହେବା ଆଶଙ୍କା କରି ଏହି ମ୍ୟାଚରୁ ଓହରି ଯାଇଥିଲେ । ଫଳରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଯଥେଷ୍ଟ ଆର୍ଥିକ କ୍ଷତି ସହିବାକୁ ପଡିଥିଲା । ତେଣୁ ଭାରତ ଆଗାମୀ ବର୍ଷ ଆଉ ଏକ ଟେଷ୍ଟ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲା । ତେବେ ଏହି ମ୍ୟାଚ ଗତ ସିରିଜ ସହିତ ସାମିଲ ହେବ କି ନାହିଁ ,ତାହା ସ୍ପଷ୍ଟ ହୋଇନି । ଆସନ୍ତା ବର୍ଷ ଭାରତ ସୀମିତ ଓଭର ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ତେଣୁ ଏହି ଅବସରରେ ଆଉ ଏକ ଟେଷ୍ଟ ଖେଳିବା ପାଇଁ ରାଜି ହୋଇଛି ।

Get real time updates directly on you device, subscribe now.