fbpx

ପଥଚାରିଙ୍କୁ ଧକ୍କା ଦେଇ ଓଲଟିଲା ଯାତ୍ରୀବାହୀ ବସ୍‌ ‘ଅନିଲ୍’: ୨ମୃତ, ୮ ଆହତ

ରାଜଗାଙ୍ଗପୁର (ଭାସ୍କର ନ୍ୟୁଜ୍‌): ସୁନ୍ଦର ଗଡ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଜଗାଙ୍ଗପୁର ସହର ସ୍ଥତ ଲାଲ ଶାହା ବାବା ମଜାରରେ ଚାଲିଥିବା ଉରୁସ୍ ପର୍ବ ଦେଖିବାକୁ ଆସିଥିବା ଯାତ୍ରୀଙ୍କୁ ନେଇ ରାଉରକେଲାରୁ ରାଜଗାଙ୍ଗପୁର ଆସିଥିବା ଅନିଲ ବସ୍ ବିଲମ୍ୱିତ ରାତ୍ରିରେ ରମାବହାଲ ଠାରେ ଓଲଟି ପଡ଼ିଥିବା ବେଳେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ଉରୁସ୍‌ ପର୍ବର ଦ୍ୱିତୀୟ ଦିନ ଥିବା ବେଳେ ଏହି ପର୍ବରେ ଯୋଗ ଦେବା ପାଇଁ ରାଉରକେଲାରୁ ଅନିଲ ନାମକ ଏକ ବସ ନମ୍ବର ଓଡ଼ି୧୬ଈ୧୫୫୫ ପ୍ରାୟ ୧୫ଜଣ ଯାତ୍ରୀଙ୍କୁ ନେଇ ରାଜଗାଙ୍ଗପୁରକୁ ଆସିଥିବା ବେଳେ ଏଠାରୁ ବୁଲା ବୁଲି ସାରି ଯାତ୍ରୀ ମାନେ ରାଉରକେଲା ବାହାରିଥିଲେ । ହେଲେ ରାମାବହାଲ ଠାରେ ରାସ୍ତା ପାର ହେଉଥିବା ଜଣେ ପଥ ଚାରିଙ୍କୁ ଧକ୍କା ଦେବା ସହ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣା ସ୍ଥଳରେ ପଥ ଚାରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୮ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଗୁରୁତରଙ୍କୁ ରାଜଗାଙ୍ଗପୁର ସରକାରୀ ଗୋଷ୍ଠି କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାଉଲକେଲା ଇସ୍ପାତ ଜେନେରାଲ ଡାକ୍ତର ଖାନକୁ ପଠାଇ ଥିବା ଜଣାପଡିଛି ।

Get real time updates directly on you device, subscribe now.