fbpx

କଟକରେ ‘ଆଇନସେବା ଭବନ’ର ଲୋକାର୍ପଣ କଲେ CJI ଏନ.ଭି. ରମଣା

କଟକ(ଭାସ୍କର ନ୍ୟୁଜ୍‌): ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଓଡିଶା ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ କଟକରେ ପହଁଚିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ଦ୍ୱାରା ଆଇନସେବା ଭବନ ଲୋକାର୍ପିତ ହୋଇଯାଇଛି । ଆଇନସେବା ଯୋଗାଇବ ଆଇନ ସେବା ଭବନ । ମାମଲାରେ ଓକିଲ ଦେଇ ପାରୁ ନଥିବା ପକ୍ଷଙ୍କୁ ମାଗଣାରେ ଓକିଲ ଯୋଗାଇଥାଏ ଆଇନ ସେବା ପ୍ରାଧିକରଣ । ଆଇନ ସେବା ପ୍ରାଧିକରଣର ନିଜସ୍ୱ ବିଲି୍‌ଡିଙ୍ଗ୍‌ ହେଉଛି ଏହି ଆଇନ ସେବା ଭବନ।

ପ୍ରଧାନ ବିଚାରପତିଙ୍କ ସହ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ୟୁ ୟୁ ଲଲିତ ଓ ଜଷ୍ଟିସ ଭିନିତ୍‌ ଶରଣ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ହାଇକୋର୍ଟର ଅନ୍ୟ ବିଚାରପତି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ପ୍ରଧାନ ବିଚାରପତି ଓଡିଶା ହାଇକୋର୍ଟର ଡିଜିଟାଲାଇଜେସନ୍‌ ସେଣ୍ଟର ଓ ହାଇକୋର୍ଟର ରେକର୍ଡ ରୁମ ପରିଦର୍ଶନ କରିଥିଲେ । ପରେ ଓଡିଶା ଜୁଡିସିଆଲ ଏକାଡେମୀ ପରିଦର୍ଶନ କରି ସେଠାରେ ଏକ ସେମିନାରରେ ଯୋଗ ଦେଇଥିଲେ। ଏହାପରେ ଅପରାହ୍ନ ୧ଟା୨୫ରେ ହାଇକୋର୍ଟ ନୂଆ ବିଲିଡିଙ୍ଗ୍‌ରେ ପହଁଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଅପରାହ୍ନ ୨ଟା ୩୫ରେ ହାଇକୋର୍ଟରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ହୋଟେଲ ମେ ଫେୟାରରେ କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଧାନ ବିଚାରପତିଙ୍କ ଏହି ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.