fbpx

ଚନ୍ନିଙ୍କ ନୂଆ ଟିମ୍‌: ଶପଥ ନେଲେ ୧୫ ମନ୍ତ୍ରୀ, ୭ ନୂଆ ଚେହେରାଙ୍କୁ ସୁଯୋଗ

ଚଣ୍ଡିଗଡ : ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ସଂପ୍ରସାରଣ ହୋଇଛି । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍‌ ଚଣ୍ଡିଗଡ଼ ରାଜଭବନରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ପାଠ ନେଇଛନ୍ତି । ହେଲେ କାହାକୁ କେଉଁ ପଦ ମିଳିବ, ତା’ର ସୂଚନା ମିଳିନାହିଁ । ପାର୍ଟିରେ ରାଣା ଗୁରଜିତ୍‌ ସିଂହଙ୍କୁ ବିରୋଧ ସତ୍ତେ୍ୱ ଚରଣଜିତ୍‌ ଚନ୍ନି ତାଙ୍କୁ ମନ୍ତ୍ରୀ କରିଛନ୍ତି । ପୂର୍ବ କ୍ୟାବିନେଟ୍‌ରେ ମନ୍ତ୍ରୀ ରହିଥିବା କିଛି ନେତାଙ୍କୁ ଚନ୍ନୀ କ୍ୟାବିନେଟ୍‌ରେ ସାମିଲ୍‌ କରାଯାଇଛି । ନୂତନ ଚେହେରାଙ୍କୁ ସୁଯୋଗ ମିଳିଛି । ମହିଳା ବିଧାୟକ ଅରୁଣା ଚୌଧୁରୀ ଓ ରଜିଆ ସୁଲତାନଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି ।

ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ୧୫ ନୂତନ ମନ୍ତ୍ରୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେଇଥିବା ସମସ୍ତ ୧୫ ମନ୍ତ୍ରୀ କ୍ୟାବିନେଟ୍‌ ସ୍ତରର । ନୂତନ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ରବିବାର ବିଳମ୍ବିତ ରାତିରେ ହୋଇପାରେ । ତେବେ ମନ୍ତ୍ରିମଣ୍ଡଳରେ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଘନିଷ୍ଠ ୫ ମନ୍ତ୍ରୀଙ୍କୁ ଛୁଟି ଦିଆଯାଇଛି । ୧୫ ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ନୂତନ ଚେହେରା ସାମିଲ୍‌ କରାଯାଇଛି । ସେମାନେ ହେଲେ ରାଣା ଗୁରଜିତ୍‌ ସିଂହ, ରଣଦୀପ ସିଂହ ନାଭା, ରାଜ କୁମାର ଭେର୍କା, ସଂଗତ ସିଂହ ଗିଲଜିଆନ୍‌, ପରଗତ ସିଂହ, ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଓ ଗୁରକିରତ ସିଂହ କୋଟଲୀ ।

Get real time updates directly on you device, subscribe now.