fbpx

ମେସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ(ଓଡ଼ିଶା ଭାସ୍କର): ଏକ ମହିଳା ମେସରୁ କଲେଜ ଛାତ୍ରୀଙ୍କ ମୃତଦେହକୁ ଆଜି ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରେ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରିଛି । ମୃତ ଛାତ୍ରୀ ଜଣକ ଭଦ୍ରକ ମହିଳା କଲେଜରେ ଯୁକ୍ତ ୨ୟ ବର୍ଷରେ ପଢ଼ୁଥିଲେ । ଛାତ୍ରୀଙ୍କ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ମୃତହଦେହକୁ ଜବତ କରି ପୋଷ୍ଟମର୍ଟମ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.