fbpx

ଲଖୀମପୁର ହିଂସା: ମୃତକଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୪ କୃଷକ, ୩ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏହି ହିଂସାକାଣ୍ଡରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଖବର ମିଳିଛି କି, କୃଷକ ଓ ଲଖୀମପୁର ଖେରି ପ୍ରଶାସନ ମଧ୍ୟରେ ବୁଝାମଣା ହୋଇଛି । କୁହାଯାଉଛି ଯେ, ପ୍ରତି ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ଘୋଷଣା ହୋଇଛି । ଏହା ବ୍ୟତୀତ ପ୍ରତି ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ବି ମିଳିବ । ସେହିପରି ହିଂସାରେ ଆହତ ହୋଇଥିବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ଲଖିମପୁର କାଣ୍ଡରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଏଫଆଇଆର୍ ଦିଆଯାଇଛି । ରବିବାର ଦିନ ଲଖିମପୁରର ଖିରୀ ଠାରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅଘଟଣ ଘଟିଥିଲା । ୮ ଜଣ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ପରେ ତୁରନ୍ତ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ଏହାକୁ ନେଇ ଏବେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି ।

Get real time updates directly on you device, subscribe now.