ଗ୍ୟାଙ୍ଗଷ୍ଟାର ହାଇଦର ପୁଅକୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କରର): ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ମୁନ୍ନାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଜଜ୍ । ଆଳିରେ ଜଣେ ବ୍ୟବସାୟୀ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ୧୧ ବର୍ଷ ଧରି ମୁନ୍ନା ବିଚାରଧୀନ କଏଦୀ ଭାବେ ଥିଲା ।