fbpx
BSKY SKY
BSKY SKY

ଅହଙ୍କାର ଭୁଲି କୃଷି ଆଇନକୁ ପ୍ରତ୍ୟାହାର କର, ମୋଦୀଙ୍କୁ ନିବେଦନ କଲେ ସୁଖବୀର

BSKY

ନୂଆଦିଲ୍ଳୀ: ନୂତନ କୃଷି ଆଇନକୁ ନେଇ ସମଗ୍ର ଦେଶରେ କୃଷକ ମାନେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ପ୍ରତ୍ୟହାର କରିବା ପାଇଁ ନିବେଦନ କରିଛନ୍ତି ସୁଖବୀର ସିଂ ବାଦଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅହଙ୍କାର ଭୁଲି ଏହି ୩ ଆଇନକୁ ଋଦ୍ଦ କରିବା ଉଚିତ ବୋଲି କହିଛନ୍ତି ସୁଖବୀର ସିଂ ବାଦଲ । ମୁଁ ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି କି, ସେ ଅହଙ୍କାର ଭୁଲି କୃଷକ ମାନଙ୍କ ଦାବି ମାନି ନିଅନ୍ତୁ ।

୨୦୨୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ୩ କୃଷି ସଂସ୍କାର ଆଇନ ଲାଗୁ କରାଯାଇଥିଲା । ଏହାକୁ ବିରୋଧ କରି ସମଗ୍ର ଦେଶର ଚାଷୀ ଆନ୍ଦୋଳନରେ ବସିଛନ୍ତି । ଏହି ୩ ନୂତନ ଆଇନ ଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟ ହଟିଯିବ ଯାହାଦ୍ୱାରା ଚାଷୀ ମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ବାଦଲ ଯୁକ୍ତି ବାଢିଛନ୍ତି । ୧୧ ଜାନୁୟାରୀ ୨୦୨୧ରୁ ଚାଷୀ ମାନେ ଆନ୍ଦୋଳନରେ ବସିଥିବା ବେଳେ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶରେ ଏହି ଆଇନକୁ ଦୃଢ ଭାବରେ ବିରୋଧ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଏନଡିଏ ସହିତ ମେଣ୍ଟରେ ରହିଥିବା ଶିରୋମଣୀ ଅକାଳୀ ଦଳର କ୍ୟାବିନେଟ ମନ୍ତ୍ରୀ ହରସିମରତ କୌର ବାଦଲ ଏହି ବିଲକୁ ନେଇ ନିଜ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Get real time updates directly on you device, subscribe now.