fbpx

ଝିଅ ହୋଇ ଭିଡିଓ କଲରେ ଦେଖାଉଥିଲେ ପର୍ଣ୍ଣ, ପରେ ଭିଡିଓ କରି ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭରତପୁର: ରାଜସ୍ଥାନର ଭରତପୁରରେ ଏପରି ଏକ ଲୁଟ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ କିଛି ଦୁର୍ବୃତ୍ତ କୁରୁକ୍ଷେତ୍ରର ଜଣେ ବ୍ୟକ୍ତିଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି । କୁରୁକ୍ଷେତ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଦୁର୍ବୃତ୍ତଙ୍କ ଟିମକୁ ଗିରଫ କରିବାରେ ସଫଳ ହୋଇଛି ।

ଏହି ଘଟଣା ନଗର ଥାନା ଅଞ୍ଚଳରୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଠକଙ୍କ ଶିକାର ହୋଇଛନ୍ତି । କୁରୁକ୍ଷେତ୍ରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ଯୁବତୀ ଭାବେ ଭିଡିଓ କଲ କରିଥିଲେ । ଭିଡିଓ କଲ କରିବା ପରେ ସେମାନେ ବ୍ୟକ୍ତିଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଅଶ୍ଲୀଳ ଭିଡିଓ ରେକର୍ଡିଂ କରିଥିଲେ । ପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇ ପୀଡିତ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିଲେ । ପୀଡିତ ବ୍ୟକ୍ତିଜଣକ କୁରୁକ୍ଷେତ୍ର ଥାନାରେ ଏକ ଯୌନ ନିର୍ଯ୍ୟାତନାରା ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ ।

ନଗର ଥାନା ପ୍ରଭାରୀ ହରଲାଲ ମୀଣା କହିଛନ୍ତି ଯେ, ‘କୁରୁକ୍ଷେତ୍ରରେ ରହୁଥିବା ଅକ୍ଷୟ ଗୁପ୍ତା ଅଭିଯୋଗ କରିଥିଲେ ଯେ ତାଙ୍କୁ କିଛି ଲୋକ ଝିଅ ଭାବେ ମେସେଜ କରିଥିଲେ । ମେସେଜ ପରେ ସେମାନେ ଅକ୍ଷୟଙ୍କୁ ଭିଡିଓ କଲରେ ପର୍ଣ୍ଣ ଭିଡିଓ ଦେଖାଇଥିଲେ । ଏହାପରେ ଅଭିଯୁକ୍ତମାନେ ଅଶ୍ଲୀଳ ଭିଡିଓର ରେକର୍ଡିଂ କରି ଅକ୍ଷୟଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ଲୁଟିଥିଲେ ।

Get real time updates directly on you device, subscribe now.