fbpx

ଭାରତ-ଆମେରିକାର ମିଳିତ ବୟାନ: ବାଣିଜ୍ୟ, ସୁରକ୍ଷା ଓ ତୈଳ କାରବାର ଉପରେ ଫୋକସ୍

ନୂଆଦିଲ୍ଲୀ,୨୫ ।୨: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ଭବ୍ୟ ସ୍ୱାଗତ ପରେ ଏବେ ଆସିଛି କୂଟନୀତିର ସମୟ । ଏହାରି ମଧ୍ୟରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ବୈଠକ ପରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ବୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ପରିବାର ସହ ଭାରତ ଆସିଥିବାରୁ ମୁଁ ବହୁତ ଖୁସି । ୮ ମାସ ଭିତରେ ଟ୍ରମ୍ପଙ୍କ ସହ ୫ ଥର ଭେଟ ହୋଇଛି । ଆଜିର ବୈଠକରେ ଦୁଇ ଦେଶ ଭିତରେ ସକରାତ୍ମକ ଆଲୋଚନା ହୋଇଛି ।’

ଆଜିର ଦ୍ୱିପାକ୍ଷିକ ଆଲୋଚନାରେ ଭାରତ-ଆମେରିକା ମଧ୍ୟରେ ବହୁ ଚୁକ୍ତି ହୋଇଛି । ବାଣିଜ୍ୟ, ସୁରକ୍ଷା ଓ ତୈଳ କାରବାର ସହଯୋଗକୁ ନେଇ ଚୁକ୍ତି ହୋଇଛି । ଅତ୍ୟାଧୁନିକ ଉପକରଣ ନେଇ ମଧ୍ୟ ଆଲୋଚନା ହୋଇଛି । ଆତଙ୍କବାଦ ବିରୋଧରେ ଏଣିକି ମିଳିତ ଲଢେଇ ହେବ । ନିଶା କାରବାର, ଅପରାଧ ରୋକିବା ନେଇ ବୈଠକରେ ଆଲୋଚନା ହୋଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଦୁଇ ଦେଶ ପଦକ୍ଷେପ ନେବେ । ଦୁଇ ଦେଶ ମଧ୍ୟରେ ବଡ ବାଣିଜ୍ୟିକ ଚୁକ୍ତି ସମ୍ପନ୍ନ ହୋଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ଦୁଇ ଦେଶ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

Get real time updates directly on you device, subscribe now.