fbpx

୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି: ଟ୍ରମ୍ପ

ନୂଆଦିଲ୍ଲୀ,୨୫ ।୨: ଦିଲ୍ଲୀ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ବୈଠକ ପରେ ନିଜର ବୟାନରେ ଟ୍ରମ୍ପ କହିଛନ୍ତି ଯେ, ଭାରତୀୟ ସହୃଦୟତା ଓ ଭଲପାଇବା ନିକଟରେ ଆମେ ଋଣୀ । ଭାରତ ଗସ୍ତକୁ ଆଦୌ ଭୁଲି ପାରିବି ନାହିଁ । ମୋଦୀଙ୍କ ରାଜ୍ୟରେ ଲୋକଙ୍କ ଆତିଥ୍ୟ ସ୍ମରଣୀୟ ହୋଇ ରହିବ । ଦୁଇ ଦେଶ ମଧ୍ୟରେ ସମାନ ପରମ୍ପରା ଓ ଲୋକତନ୍ତ୍ର ରହିଛି । ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବ । ଭାରତ ସହ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି ।’

ଏହା ସହ ଭାରତକୁ ଆପାଚେ ଓ ଏମଏଚ-୬୦ ରୋମିଓ ହେଲିକାପ୍ଟର ଦେବ ଆମେରିକା । ଏହା ମିଳିତ ଦେଶର ପ୍ରତିରକ୍ଷା ଦକ୍ଷତାକୁ ବୃଦ୍ଧି କରିବ । ସାଇବର ସିକ୍ୟୁରିଟି, ଆତଙ୍କବାଦ ଉପରେ ଆଲୋଚନା ହୋଇଛି । ପ୍ରତିରକ୍ଷା ଚୁକ୍ତି ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି । ବ୍ୟବସାୟିକ ବୁଝାମଣା ଉପରେ ସହମତି ହୋଇଛି । ଇସଲାମୀୟ ଆତଙ୍କବାଦରୁ ଦେଶକୁ ରକ୍ଷା କରିବା ଲାଗି ଆମେ ସଂକଳ୍ପବଦ୍ଧ ବୋଲି ଟ୍ରମ୍ପ କହିଛନ୍ତି ।

Get real time updates directly on you device, subscribe now.