fbpx

ଭାରତ ବିରୋଧରେ ‘ଏକ ଲକ୍ଷ ଡଲାରର’ ଷଡଯନ୍ତ୍ର ରଚୁଛି ପାକିସ୍ତାନ, ଏମିତି ରହିଛି ପଡୋଶୀ ଆତଙ୍କୀ ଦେଶର ଯୋଜନା

ନୂଆଦିଲ୍ଲୀ : ପାକିସ୍ତାନ ସେଣ୍ଟ୍ରାଲ ଏସିଆରେ ନିଜକୁ ଇସଲାମିକ ଦେଶର ନେତା ଭାବେ ଉପସ୍ଥାପିତ କରିବାକୁ ସ୍ୱପ୍ନ ଦେଖୁଛି । ଆଫଗାନିସ୍ତାନରେ ତାଲିବାନକୁ କ୍ଷମତାରେ ବସାଇ ପାକିସ୍ତାନ ସେହି ଦେଶଗୁଡିକୁ ସନ୍ଦେଶ ଦେବାକୁ ଉଦ୍ୟମ କରୁଛି ଯେ, ଆମେରିକାକୁ ବିରୋଧ କରୁଥିବା ଦେଶ ସହିତ ସେ ରହିଛି । ଏମିତିରେ ପାକିସ୍ତାନର ନଜର ଏବେ ବାଂଲାଦେଶ ଉପରେ ରହିଛି । ବାଂଲାଦେଶକୁ ନିଜ ଆଡକୁ ଟାଣିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଏହି ପ୍ଲାନ ଆଧାରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଛବିକୁ ସୁଧାରିବା ଏବଂ ଭାରତ ବିରୋଧରେ ଅପ ପ୍ରଚାର କରିବାକୁ ଷଡଯନ୍ତ୍ର ରଚାଯାଇଛି । ଏଥିପାଇଁ ପାକିସ୍ତାନ ବାଂଲାଦେଶୀ ସମାଚାର ଏବଂ ଟିଭି ଚ୍ୟାନେଲର ବ୍ୟବହାର କରିବା ଉଦ୍ଦେଶ୍ୟରେ ରହିଛି ।

ସୂତ୍ର ମୁତାବକ ପାକିସ୍ତାନ ବାଂଲାଦେଶର କିଛି ନ୍ୟୁଜ୍ ଚ୍ୟାନେଲର ତାଲିକା ମଧ୍ୟ ପ୍ରସ୍ତୁତ କରିଛି । ଯାହା ଜରିଆରେ ବାଂଲାଦେଶୀଙ୍କ ନିକଟରେ ଇମ୍ରାନ ଖାନଙ୍କ ଛବି ଏବଂ ତାଙ୍କ ବିକାଶ, ରାଜନୈତିକ ଏବଂ ଧାର୍ମିକ ଏଜେଣ୍ଡାକୁ ପହଞ୍ଚାଇ ପାରିବ । କାରଣ ସଂପ୍ରତି ପାକିସ୍ତାନ ଦୁନିଆରେ ରାଜନୈତିକ ଏବଂ କୂଟନୈତିକ କ୍ଷେତ୍ରରେ ଏକ ଘରିଆ ହୋଇ ଯାଇଛି । ଏଥିପାଇଁ ନୂତନ ଏଜେଣ୍ଡା ଜରିଆରେ ପାକିସ୍ତାନ ନିଜର ଏକ ଅନୁକୂଳ ଛବି କରିବାକୁ ଉଦ୍ୟମ କରୁଛି ।

ଗୁଇନ୍ଦା ଏଜେନ୍ସି ମୁତାବକ ଏହି ପୂରା ଯୋଜନାକୁ ପର୍ଯ୍ୟାୟକ୍ରମେ ଲାଗୁ କରିବା ପାଇଁ ପ୍ରଥମ ଛଅ ମାସରେ ପାକିସ୍ତାନ ଏକ ଲକ୍ଷ ଡଲାରର ବଜେଟ୍ ରଖିଛି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଆଗାମୀ ସମୟରେ ବଜେଟର ପରିମାଣ ସହ ସମୟ ସୀମା ମଧ୍ୟ ବଢାଯାଇପାରେ । ଏହି ପ୍ରଚାରକୁ ଏମିତି ଡିଜାଇନ କରାଯାଇଛି, ଯାହା ବାଂଲାଦେଶ ରାଷ୍ଟ୍ରବାଦ ଉପରେ ଗୁରୁତ୍ୱ ଦିଆଯାଇଛି ।

ମାତ୍ର ଏହା ପଛର ଉଦ୍ଦେଶ୍ୟ, ବାଂଲାଦେଶ ଲୋକଙ୍କ ମନରେ ଭାରତ ବିରୋଧରେ ଦୁର୍ଭାବନା ସୃଷ୍ଟି କରିବା ରହିଛି । ଚ୍ୟାନେଲ ମାଧ୍ୟମରେ ପାକିସ୍ତାନ ଲୋକଙ୍କ ଘରେ ଘରେ ପହଞ୍ଚିବାକୁ ଯୋଜନା ରଖିଛି ।

Get real time updates directly on you device, subscribe now.