fbpx
BJD
BJD SKY
BJD SKY

ଘରେ ଅଛି କି HP GAS ? ଏମିତି ଜିତିପାରିବେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁନା

ଯଦି ଆପଣଙ୍କ ଘରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଅର୍ଥାତ HPର ରୋଷେଇ ଗ୍ୟାସ ରହିଛି ତେବେ ଆପଣଙ୍କ ପାଇଁ ଏକ ଖୁସିଖବର । HP ଗ୍ୟାସ ଏହାର ଉପଭୋକ୍ତାଙ୍କ ପାଇଁ ଆଣିଛି ନବରାତ୍ରି ଗୋଲ୍ଡ ଅଫର ଆସିଛି । ଏହି ଅଫର ଅନୁଯାୟୀ ଆପଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଗୋଲ୍ଡ ଲୋନ ଜିତିପାରିବେ ।

ଜାଣନ୍ତୁ କ’ଣ ଏହି ଅଫର:

HP Gas ଏହାର ସୋସିଆଲ ମିଡିଆରେ ଅଫର ନେଇ ସୂଚନା ଦେଇଛି । ଏହି ଅନୁଯାୟୀ ଯଦି ଆପଣ Paytmରୁ HP ଗ୍ୟାସ ର ବୁକିଂ କିମ୍ବା ପେମେଣ୍ଟ କରୁଛନ୍ତି ତାହେଲେ ଆପଣଙ୍କୁ ୧୦,୦୦୧ ଟଙ୍କା ପର୍ଯ୍ୟନ୍ତ ସୁନା ଜିତିବାର ସୁଯୋଗ ମିଳିବ । ଏହି ଅଫର ଆଜି ଅର୍ଥାତ୍ ୭ ଅକ୍ଟୋବରଠାରୁ ଆରମ୍ଭ ହୋଇଛି । ଯାହାର ଶେଷ ତାରିଖ ରହିଛି ୧୬ ଅକ୍ଟୋବର ।

ପ୍ରକୃତରେ ନବରାତ୍ରିକୁ ଦୃଷ୍ଟିରେ ରଖି ଏହି ଅଫର ଦିଆଯାଇଛି, ଆଉ ସେଥିପାଇଁ ଏହି ଅଫରର ନାମ ମଧ୍ୟ ନବରାତ୍ରି ଗୋଲ୍ଡ ଅଫର ରହିଛି । ଅଫରରେ ପ୍ରତିଦିନ ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ବଛାଯିବ । ଏହି ୫ ବିଜେତାଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁନା ମିଳିବ । ଏହି ଅଫର କେବଳ Hp Gasର ବୁକିଂ କିମ୍ବା ପେମେଣ୍ଟ ପାଇଁ ରହିଛି ।

 

 

Get real time updates directly on you device, subscribe now.