fbpx

ଗିଲଙ୍କ ଅର୍ଦ୍ଧଶତକ: Royal’s ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଓପ୍ନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୧୭୧ ରନ ସଂଗ୍ରହ କରିଛି କୋଲକାତା ନାଇଟ ରାଇଡର୍ସ । ଶୁବମନ ଗିଲଙ୍କ ୫୬ ଓ ଭେଙ୍କଟେଶ ଆୟାରଙ୍କ ୩୮ ରନ ସହାୟତାରେ ଦଳ ୪ ୱିକେଟ ହରାଇ ୧୭୧ ରନ କରିଥିଲା । ଦୁଇ ଓପ୍ନର ପ୍ରଥମ ୱିକେଟରେ ୭୯ ରନ କରି ବଡ ସ୍କୋର ପାଇଁ ମୂଳଦୂଆ ପକାଇଥିଲେ ।
ଟସ୍ ଜିତି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ୱିକେଟରେ ୭୯ ରନ ଯୋଡିଥିଲେ ଗିଲ୍ ଓ ଆୟର । ୧୦.୫ ଓଭରରେ ଉଭୟ ୭୯ ରନ ଯୋଡିଥିଲେ । ୩୫ ବଲରୁ ୩୮ ରନ କରି ଆୟର ଆଉଟ ହେବା ପରେ ନୀତିଶ ରାଣା(୧୨), ରାହୁଲ ତ୍ରିପାଠୀ(୨୧) ପ୍ରମୁଖ ଭଲ ଆରମ୍ଭ ପାଇଥିଲେ । ୪୪ ବଲ ଖେଳିଥିବା ଗିଲ୍ ୪ ଚୌକା ଓ ୨ ଛକା ମାରି ୧୬ ତମ ଓଭରରେ କ୍ରିସ ମୋରିସଙ୍କ ଶିକାର ହୋଇଥିଲେ । ଶେଷ ଆଡକୁ କାର୍ତ୍ତିକ(୧୪) ଓ ଇଓନ ମୋର୍ଗାନ(୧୩)ଙ୍କ ଯୋଗଦାନ ଫଳରେ ଦଳ ୧୭୦ ରନ ଅତିକ୍ରମ କରିଥିଲା । ରୟାଲ୍ସ ପକ୍ଷରୁ ମୋରିସ୍, ସାକାରିୟା, ଟେୱଟିୟା ଓ ଗ୍ଲେନ ଫିଲିପ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.