fbpx

ଭ୍ୟାକ୍ସିନ ରପ୍ତାନୀ ଆରମ୍ଭ, ଚାରି ଦେଶକୁ ୧୦-୧୦ ଲକ୍ଷ ଡୋଜ୍ ପଠାଇବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦେଶରେ କରୋନା ଭ୍ୟାକ୍ସିନ ପର୍ଯ୍ୟାପ୍ତ ମାତ୍ରାରେ ଉତ୍ପାଦନ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ଭ୍ୟାକ୍ସିନ ରପ୍ତାନୀ ପୁଣି ଥରେ ଆରମ୍ଭ କରି ଦେଇଛନ୍ତି । କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟକୁ ଭ୍ୟାକ୍ସିନ ମୈତ୍ରୀ ଆଧାରରେ ନେପାଳ, ମିଆଁମାର, ବାଂଲାଦେଶକୁ ୧୦-୧୦ ଲକ୍ଷ କୋଭିସିଲ୍ଡ ଡୋଜ୍ ପଠାଇବାକୁ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ଭାରତ-ବାୟୋଟେକ କୋଭାକ୍ସିନର ୧୦ ଲକ୍ଷ ଡୋଜ ଇରାନ ପଠାଇବା ନିଷ୍ପତ୍ତି ଚୂଡାନ୍ତ ହୋଇ ସାରିଛି ।

ଗତ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଥିଲେ, ଭ୍ୟାକ୍ସିନ ମୈତ୍ରୀ ଆଧାରରେ ଭାରତ ପୂରା ଦୁନିଆକୁ ସାହାଯ୍ୟ କରିବ । ଭ୍ୟାକ୍ସିନ ଉତ୍ପାଦନ ପୁନର୍ବାର ଆରମ୍ଭ ହେବା ପରେ ଅନ୍ୟ ଦେଶକୁ ଟିକା ଉପ୍ତାନୀ ଆରମ୍ଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଏହା ପରେ ଆଶା କରାଯାଉଥିଲା ଯେ, ଅକ୍ଟୋବର ମାସରୁ ଭ୍ୟାକ୍ସିନର ରପ୍ତାନୀ ଆରମ୍ଭ ହୋଇପାରେ । ଏପ୍ରିଲ ମାସରେ ପ୍ରଚଣ୍ଡ ଲହର ପ୍ରକୋପ ପରେ ଭ୍ୟାକ୍ସିନ ରପ୍ତାନୀ ବନ୍ଦ କରାଯାଇଥିଲା । ଏହା ପରେ ଭାରତ ନିଜର ଆବଶ୍ୟକତା ଉପରେ ଧ୍ୟାନ ଦେଇଥିଲା ।

ଗତ ମାସରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାରଙ୍କଠୁ ଭ୍ୟାକ୍ସିନ ରପ୍ତାନୀ ପାଇଁ ସବୁଜ ସଙ୍କେତର ଅପେକ୍ଷା କରିଛୁ । ଭ୍ୟାକ୍ସିନ ରପ୍ତାନୀ ପୁଣି ଥରେ ଆରମ୍ଭ କରାଯିବା ଭାରତର ଏହି ନିଷ୍ପତ୍ତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି । ହୁର ମୁଖ୍ୟ ଟେଡ୍ରସ ଅଧନୋମ ଗେବ୍ରେୟସସ କହିଥିଲେ, ଭାରତର ଏହି ନିଷ୍ପତ୍ତିରେ ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ଦେଶରେ ଅତି କମରେ ୪୦ ପ୍ରତିଶତ ଜନତାଙ୍କ ଟିକାକରଣ ଲକ୍ଷ୍ୟ ହାସଲ ହୋଇ ପାରିବ ।

Get real time updates directly on you device, subscribe now.