fbpx

ପ୍ରଥମ ମ୍ୟାଲେରିଆ ଟିକାକୁ ଗ୍ରୀନ ସିଗନାଲ୍ ଦେଲା ଡବ୍ଲୁଏଚ୍‌ଓ, ପିଲାଙ୍କୁ ଦିଆଯିବ ଭ୍ୟାକ୍ସିନ୍

ନୂଆଦିଲ୍ଲୀ : ମ୍ୟାଲେରିଆ ନହେବା ପାଇଁ ପିଲାଙ୍କୁ ଦିଆଯିବ ଟିକା । ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାର ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଅନୁମୋଦନ ଦେଇଛି । ତେବେ ସଂଗଠନ ପକ୍ଷରୁ ମ୍ୟାଲେରିଆ ଟିକାକୁ ଗ୍ରୀନ ସିଗନାଲ ଦିଆଯାଇଥିବା ହୁର ମୁଖ୍ୟ ଟେଡ୍ରୋଓ ଅଧାନୋମ ଘେବ୍ରିୟମ ସୂଚନା ଦେଇଛନ୍ତି । ତେବେ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ମ୍ୟାଲେରିଆ ଟିକା ହେଉଛି ମଶା କାମୁଡିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା ।

ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁଁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଦରେ ପ୍ରାଣ ହରାଇଥାନ୍ତି । ତେଣୁ ମ୍ୟାଲେରିଆ ଟିକା ଏହା ବିରୋଧରେ ସଞ୍ଜୀବନୀ ହେବ ବୋଲି କୁହାଯାଉଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ଏହା ଛୋଟ ପିଲାଙ୍କ ପାଇଁ ବଡ ଖୁସି ଖବର । ମ୍ୟାଲେରିଆ ହେଲେ ଟାବଲେଟ୍‌ ଓ ଇଞ୍ଜେକ୍ସନ ଦିଆଯାଉଛି । ମ୍ୟାଲେରିଆ ନହେବା ପାଇଁ ଏହି ଟିଆ ଦିଆଯିବ । ସେହିରି ମ୍ୟାଲେରିଆରେ ବହୁ ଶିଶୁଙ୍କର ମୃତ୍ୟୁ ମଧ୍ୟ ଦେଉଛି । ମାତ୍ର ଏହି ଟିକା ନେଲେ ଶିଶୁ ମୃତ୍ୟୁ ହାର ରୋକା ଯାଇପାରିବ ।

Get real time updates directly on you device, subscribe now.