fbpx

ବାଜି ମାରିନେଲା ପର୍ଣ୍ଣହବ୍; ଫେସବୁକ୍ ହ୍ୱାଟସଆପ୍ ଡାଉନ୍ ଥିବା ସମୟରେ ଏହି ଅଶ୍ଲୀଳ ସିନେମା ସାଇଟରେ ଲୋକ କଲେ ଟାଇମପାସ୍

ନୂଆଦିଲ୍ଲୀ: ସୋମବାର ଦିନ ଅର୍ଥାତ୍ ଅକ୍ଟୋବର ୪ ତାରିଖ ଦିନ ୬ ଘଣ୍ଟା ଧରି ଫେସବୁକ୍, ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ; ଏହି ତିନିଟି ଆପ୍ ଡାଉନ୍ ଥିଲା । ତେବେ ଏହି ସମୟରେ ଏହି ତିନିଟି ଆପ୍ ର ସର୍ଭର୍ ଡାଉନ୍ ଥିବାରୁ ଲୋକମାନେ ଅନ୍ୟ ସବୁ ଆପ୍ ଏବଂ ୱେବସାଇଟ୍ ରେ ସମୟ ବିତାଇଥିଲେ । ଯେପରି ଟୁଇଟର୍ , ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ସାଇଟ୍ । ତେବେ ଯେଉଁ ସମୟରେ ଏହି ତିନିଟି ଲୋକପ୍ରିୟ ଆପ୍ ର ସର୍ଭର୍ ଡାଉନ୍ ଥିଲା ସେତେବେଳେ ଲୋକମାନେ ଟାଇମ୍ ପାସ୍ କରିବା ପାଇଁ ପର୍ଣ୍ଣହବ୍ ପୋର୍ଟାଲ୍ ଦେଖିଥିଲେ । ଯାହାଫଳରେ ସର୍ଭର୍ ଡାଉନ୍ ହେବାର ୬ ଘଣ୍ଟା ମଧ୍ୟରେ ଲୋକପ୍ରିୟ ପର୍ଣ୍ଣହବ୍ ପୋର୍ଟାଲର ଟ୍ରାଫିକ୍ ୧୦.୫ ପ୍ରତିଶତ ବଢ଼ିଯାଇଥିଲା ।

ଅକ୍ଟୋବର ୪ ତାରିଖ ଦିନ ରାତି ୯ଟା ୪୫ ମିନିଟ୍ ରେ ସର୍ଭର୍ ଏକଦମ୍ ଡାଉନ୍ ହୋଇଯାଇଥିଲା । ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ୬ ଘଣ୍ଟା ସମୟ ଲାଗିଥିଲା । ସକାଳ ପାଖାପାଖି ୬ଟା ୩୦ ମିନିଟ୍ ବେଳକୁ ଏହି ତିନିଟି ସାଇଟ୍ କାମ କରିବା ଆରମ୍ଭ କରିଥିଲା । ଏନେଇ ଫେସବୁକ୍ ପକ୍ଷରୁ ମେସେଜ୍ ଜରିଆରେ ସୂଚନା ଦିଆଯାଇଥିଲା । ୨୦୦୮ ପରେ ୪ ତାରିଖରେ ସର୍ଭର୍ ଡାଉନ୍ ହୋଇଥିଲା । ପର୍ଣ୍ଣ ୱେବସାଇଟ୍ ଏବଂ ପୋଟାର୍ଲ ସବୁକୁ ଭାରତରେ ବ୍ୟାନ୍ କରାଯାଇଛି । କିନ୍ତୁ ବ୍ୟକ୍ତିଗତ ଭାବରେ ଦେଖିଲେ ଏହା ଆଇନ ବିରୋଧ ନୁହେଁ ।

 

Get real time updates directly on you device, subscribe now.