fbpx
BSKY SKY
BSKY SKY

ଟିଏମସିରେ ସାମିଲ୍ ହେବା ପରେ ବି ବାବୁଲଙ୍କ ହାତ ଖାଲି, ନିର୍ବାଚନ ପ୍ରଚାର ପାଇଁ ମମତା ଦେଲେନି ଗୁରୁତ୍ୱ

BSKY

କୋଲକାତା : ନିକଟରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ବାବୁଲ ସୁପ୍ରିୟୋ । ହେଲେ ଏବେ ତାଙ୍କୁ ନିରାଶ ହେବାକୁ ପଡିଛି । ବାବୁଲ ସୁପ୍ରିୟୋ ଯେଉଁ ଆଶା ନେଇ ମମତା ବାନାର୍ଜୀଙ୍କ ପାର୍ଟିରେ ସାମିଲ୍ ହୋଇଥିଲେ, ତାହା ଏବେ ମଳିନ ପଡୁଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଚାରି ବିଧାନସଭା ଆସନରେ ଅକ୍ଟୋବର ୩୦ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଟିଏମସି ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏଥିରେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ସମେତ ଅନେକ ନେତାଙ୍କ ନାମ ରହିଛି । ହେଲେ ଏଥିରେ ବାବୁଲ ସୁପ୍ରିୟୋଙ୍କୁ ସ୍ଥାନ ମିଳିନି ।

ସବୁଠୁ ବଡ ଆଲୋଚନାର ବିଷୟ ସୂଚୀରେ ଅଭିନେତ୍ରୀରୁ ସାଂସଦ ହୋଇଥିବା ନୁସରତ ଜହାଁଙ୍କ ନାମ ମଧ୍ୟ ସାମିଲ୍ । ରାଜନୀତି କ୍ଷେତ୍ରରେ ନୁସରତ ବାବୁଲ ସୁପ୍ରିୟୋଙ୍କଠୁ କମ ଅନୁଭବ । ତଥାପି ଦଳ ତାଙ୍କୁ ଅଧିକ ଗୁରୁତ୍ୱ ଦେଇଛି । ଏହା ବାବୁଲ ସୁପ୍ରିୟୋଙ୍କ ପାଇଁ ବଡ ଝଟକା ସଦୃଶ ହୋଇଛି । ଯେବେ ବାବୁଲ ବିଜେପିରେ ଥିଲେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କଠୁ ନେଇ ଅମିତ୍ ଶାହା ତାଙ୍କୁ ସର୍ବଦା ମହତ୍ୱ ଦେଉଥିଲେ । ସେ ଷ୍ଟାର ପ୍ରଚାରକ ଭାବେ ହେଉ କି କୌଣସି ବଡ ବୈଠକ ହେଉ, ସବୁଥିରେ ବାବୁଲଙ୍କୁ ଗୁରୁତ୍ୱ ଦିଆ ଯାଉଥିଲା ।

ମମତା ବାନାର୍ଜୀ ବାବୁଲଙ୍କୁ ଭବାନୀପୁର ଉପ ନିର୍ବାଚନରେ ବିଜେପି ନେତା ପ୍ରିୟଙ୍କା ଟିବେୱାଲଙ୍କ ବିରୋଧରେ ପ୍ରଚାର କରିବାକୁ କହିଥିଲେ । ମାତ୍ର ବାବୁଲ ପ୍ରଚାର କରିବାକୁ ମନା କରି ଦେଇଥିଲେ । ବାବୁଲ କହିଥିଲେ, ଟିବେୱାଲ ଦୀର୍ଘ ସମୟରୁ ତାଙ୍କର ଜଣେ ଉତ୍ତମ ବନ୍ଧୁ । ମୋତେ ତାଙ୍କ ବିରୋଧରେ ପ୍ରଚାର କରିବାରେ ଲଜ୍ଜା ଅନୁଭବ ଲାଗିବ । ଏଥିପାଇଁ ମୋତେ ଏହି ପ୍ରଚାର ଅଭିଯାନରୁ ଦୂରରେ ରଖାଯାଉ ।

ଷ୍ଟାର ପ୍ରଚାରକ ତାଲିକାରେ ଟିଏମସି ଅଭିନେତା ତଥା ସାଂସଦ ଦେବ, ମିମି ଚକ୍ରବର୍ତ୍ତୀ, ଲୋକପ୍ରିୟ ଗାୟିକା ତଥା ବିଧାୟିକା ଅଦିତି ମୁଂସି, ଫିଲ୍ମ ନିର୍ମାତା ତଥା ବିଧାୟକ ରାଜ ଚକ୍ରବର୍ତ୍ତୀ, ତୃଣମୂଳ କଂଗ୍ରେସର ରାଜ୍ୟ ଯୁବ ଶାଖାର ପ୍ରମୁଖ ସୟାନୀ ଘୋଷଙ୍କ ବ୍ୟତୀତ ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ, ଫିରହାଦ ହକିମ ଏବଂ ସୌଗାତ ରାୟଙ୍କୁ ସ୍ଥାନ ମିଳିଛି ।

Get real time updates directly on you device, subscribe now.