fbpx

ଭୁବନେଶ୍ୱରରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ଗିରଫ ହେଲେ ନକଲି ଡାକ୍ତର । ଚନ୍ଦକା ଥାନା ପୋଲିସ ଦ୍ୱାରା ଜଣେ ନକଲି ଡାକ୍ତର ଗିରଫ । କୌଣସି ପ୍ରମାଣପତ୍ର ନଥାଇ ଚିକିତ୍ସା କରିବା ଅଭିଯୋଗରେ ଗିରଫ । ଗିରଫ ନକଲି ଡାକ୍ତରଙ୍କ ନାଁ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ଘର ଗଙ୍ଗପଡ଼ା ନେଇ ସୂଚନା । ତେବେ ଜଣେ ମହିଳା କ୍ୟାନସର ରୋଗୀଙ୍କୁ ଭଲ କରିଦେବେ କହି ଚିକିତ୍ସା ବାହାନାରେ ଠକି ଚାଲିଥିଲେ । ସଂପୃକ୍ତ ମହିଳା ହସ୍ପିଟାଲରେ ଚିକିତ୍ସିତ ହେବା ବଦଳରେ ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଥିଲେ । ଜାନୁଆରୀରୁ ଚିକିତ୍ସା ସତ୍ତେ୍ୱ ଭଲ ନହେବାରୁ ସଂପର୍କୀୟ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।

Get real time updates directly on you device, subscribe now.