fbpx

Action Heroରେ ଆୟୁଷ୍ମାନ ଖୁରାନାଙ୍କ ନୂଆ ଅନ୍ଦାଜ; ରିଲିଜ ହେଲା ଟିଜର

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଆୟୁଷ୍ମାନ ଖୁରାନା ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଶନିବାର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆୟୁଷ୍ମାନ ସମ୍ପୂର୍ଣ୍ଣ ନୂତନ ଲୁକରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଟାଇଟଲ ଘୋଷଣା ହେବା ସହିତ ଟିଜର ମଧ୍ୟ ରିଲିଜ ହୋଇଛି । ଏହି ଟିଜରଟି ଭାଇରାଲ ହେବା ସହିତ ଦର୍ଶକଙ୍କ ଉକ୍ରଣ୍ଠା ବଢିବାରେ ଲାଗିଛି । ଏହି ଟିଜରଟିକୁ ଆୟୁଷ୍ମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି । ନୀରଜ ଯାଦବଙ୍କ ସହିତ ମିଳିତ ଭାବରେ ଏହି ଫିଲ୍ମର କାହାଣୀ ଲେଖିଛ ନିର୍ଦ୍ଦେଶକ ଅନିରୁଦ୍ଧ ଆୟର ।
ଟିଜରର ପ୍ରଚ୍ଛଦରେ ଆୟୁଷ୍ମାନଙ୍କ ସ୍ୱର ରହିଛି । ହିରୋ ଥିଲି ତେଣୁ ଦୁଇଟି ଜୀବନ ବଞ୍ଚୁଥିଲି ମାତ୍ର ସେ ଆସିବା ପରଠାରୁ ଦୁଇଟି ଜୀବନରେ ପୂର୍ଣ୍ଣଛେଦ ପଡିଲା । ରୋମାଣ୍ଟିକ ହିରୋ ହୋଇଥିଲେ ନାଚି ଗାଇ କାମ ସମାପ୍ତ କରିଥାନ୍ତି । ମାତ୍ର ବନ୍ଧୁ ଏବେ ଲଢିବାକୁ ପଡିବ । ମାତ୍ର ମୋତେ ଲଢିବାର ଅଭିନୟ ଜଣାଅଛି,ଲଢେଇ ଜଣା ନାହିଁ ବୋଲି କହିଛନ୍ତି ଆୟୁଷ୍ମାନ । ଏହି ଫିଲ୍ମ ପାଇଁ ଆୟୁଷ୍ମାନ ଭୂଷଣ କୁମାର ଓ ଆନନ୍ଦ ଏଲ ରୟଙ୍କ ସହିତ ଏକାଠି ହୋଇଛନ୍ତି ।

 

View this post on Instagram

 

A post shared by Ayushmann Khurrana (@ayushmannk)

Get real time updates directly on you device, subscribe now.