fbpx

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସରେ ଲାଗିଗଲା ନିଆଁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ରେ ଆଜି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ନିଆଁ ଲାଗିଯିବା ପରେ ତାହାକୁ ଏବେ ବନ୍ଦ କରାଯାଇଛି । ୧୪ତମ ମହଲାରୁ ଧୂଆଁ ବାହାରୁଥିବାର ଦେଖିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କୁହାଯାଉଛି ଯେ, ନିଆଁ ଅଧିକ ବ୍ୟାପିନଥିଲା ଓ ଏହି ଏହି ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି ।

ତେବେ ଦୁର୍ଗାପୂଜା ପାଇଁ ଏବେ ସଚିବାଳୟ ବନ୍ଦ ରହିଛି ଓ ମମତା ବାନାର୍ଜୀ ଘରୁ କାମ କରୁଛନ୍ତି । ପଶ୍ଚିମବଙ୍ଗ ସଚିବାଳୟର ୧୪ତମ ମହଲାରୁ ଆଜି ଧୂଆଁ ବାହାରୁଥିବାର ଦେଖି ଆଖପାଖର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କେହି ବି ମୃତାହତ ନାହାନ୍ତି । କିନ୍ତୁ ଏହି ଅଗ୍ନିକାଣ୍ଡରେ ଅଫିସରରେ ରଖାଯାଇଥିବା କାଗଜପତ୍ର କେତେ ମାତ୍ରାରେ ଜଳିଛି, ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

Get real time updates directly on you device, subscribe now.