fbpx

ବଡ଼ ନିଷ୍ପତ୍ତି: ୧୮ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ିବ ବିମାନ

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଉଥିବା ବେଳେ ବିମାନ ଉଡ଼ାଣର କ୍ଷମତାକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ସମ୍ପୂର୍ଣ୍ଣ କ୍ଷମତା ସହିତ ଉଡ଼ିବ ବିମାନ । ଅକ୍ଟୋବର ୧୮ ତାରିଖରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବ । ଦେଶ ମଧ୍ୟରେ ସିଡ୍ୟୁଲ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି । ସବୁ ବିମାନ ଚଳାଚଳ କରିବାକୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମତି ଦେଇଛି । କୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବ ।

ତେବେ କରୋନା ପାଇଁ ୨୩ ମାର୍ଚ୍ଚ ୨୦୨୦ରୁ ସିଡ୍ୟୁଲ ଆନ୍ତର୍ଜାତୀୟ ଉଡ଼ାଣ ନିଷେଧ କରାଯାଇଥିଲା । କିନ୍ତୁ ମେ ୨୦୨୦ରୁ ବନ୍ଦ ଭାରତ ମିଶନ ଅଧିନରେ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ଉଡ଼ାଣର ପରିଚାଳିତ ହେଉଥିଲା । କିନ୍ତୁ ଏବେ ସମସ୍ତ ସିଡ୍ୟୁଲ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.