fbpx

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ IAS ଅମିତ ଖରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ଅମିତ ଖରେ । ମାନବ ସମ୍ବଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବରେ କାର୍ଯ୍ୟ ତୁଲାଇଥିବା ଅମିତ ଖରେ ଏବେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ । ୧୯୮୫ ବ୍ୟାଚର ଏହି ଆଇଏଏସ ଅଧିକାରୀ ସେପ୍ଟେମ୍ବର ୩୦ରେ ଉଚ୍ଚ ଶିକ୍ଷା ସଚିବ ପଦରୁ ଅବସର ନେଇଥିଲେ ।

ସରକାରୀ ବିବୃତ୍ତିରେ ଏନେଇ ସୂଚନା ଦିଆଯାଇଛି, ଏହି ସୂଚନା ଅନୁଯାୟୀ କ୍ୟାବିନେଟ ନିଯୁକ୍ତି ସମିତି ଅମିତ ଖରେଙ୍କୁ ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ତାଙ୍କୁ ଦୁଇ ବର୍ଷ କିମ୍ବା ଆଗାମୀ ଆଦେଶ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଛି, ଏହାକୁ ପରେ ବଢ଼ାଯାଇପାରେ । ଚଳିତ ବର୍ଷ ଦେଶରେ ଲାଗୁହୋଇଥିବା ନୂଆ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରସ୍ତୁତିରେ ମଧ୍ୟ ତାଙ୍କର ଗୁୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଏହ ଛଡ଼ା ଡିଜିଟାଲ ମିଡିଆକୁ ନେଇ ନିୟମ ତିଆରି କରିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିକଟରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆକୁ ନେଇ ନିୟମାବଳୀ ଜାରି କରିଥିଲା ।

ଚଳିତ ବର୍ଷ ପୂର୍ବ କ୍ୟାବିନେଟ ସଚିବ ପିକେ ସିହ୍ନା ଏବଂ ଅମରଜିତ ସିହ୍ନା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଛାଡ଼ିଥିଲେ । ଏହାପରେ ଏବେ ଅମିତ ଖରେଙ୍କୁ ନିଯୁକ୍ତି ମିଳିଛି । ଅମିତ ଖରେ ତାଙ୍କର ସ୍ପଷ୍ଟବାଦୀ ନିଷ୍ପତ୍ତି ଏବଂ ପାରଦର୍ଶି କାର୍ଯ୍ୟ ପାଇଁ ଜଣାଶୁଣା ।

Get real time updates directly on you device, subscribe now.