fbpx

କିଷାନଙ୍କ ପାଇଁ କ୍ୟାବିନେଟର ବଡ଼ ଫଇସଲା, ଫର୍ଟିଲାଇଜର ସବସିଡି ପାଇଁ ୨୮୬୫୫ କୋଟି ଘୋଷଣା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଫାସ୍ଫୋଟିକ ଓ ପୋଟାଶିକ ଫର୍ଟିଲାଇଜର ପାଇଁ ଅତିରିକ୍ତ ୨୮୬୫୫ କୋଟିର ସବସିଡି ଘୋଷଣା କରାଯାଇଛି । ଏଥିସହ କ୍ୟାବିନେଟରେ ସୈନିକ ସ୍କୁଲ ଉପରେ ମଧ୍ୟ ବିଚାର କରାଯାଇଛି । ସୈନିକ ସ୍କୁଲ ସୋସାଇଟି ନାମରେ ଏପ୍ଲିଏଟେଡ ସୈନିକ ସ୍କୁଲ ଖୋଲିବ, ଯାହାକି ବର୍ତ୍ତମାନ ସୈନିକ ସ୍କୁଲଠାରୁ ଅଲଗା ହେବ ବୋଲି କୁହାଯାଇଛି ।

ସ୍ୱଚ୍ଛ ଭାରତ ମିଶ (ଅର୍ବାନ)କୁ ଆର୍ଥିକ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧ ଲକ୍ଷ ୪୧ ହଜାର ୬୦୦ କୋଟି ଫଣ୍ଡ ଜାରି କରାଯାଇଛି, ଯାହାକି ପ୍ରଥମ ଚରଣ ଅପେକ୍ଷା ୨.୫ ଗୁଣ ଅଧିକ । ଅମୃତ ଯୋଜନା ଜରିଆରେ ୱେଷ୍ଟ ୱାଟର ମ୍ୟାନେଜମେଣ୍ଟକୁ ନେଇ ପ୍ଲାନିଂ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.