fbpx

ମନୀଷ ଅନୁରାଗ ମୃତ୍ୟୁ ମାମଲା; ସାଙ୍ଗଙ୍କୁ ଉଠାଇ ଆଣି କମିଶନରେଟ ପୋଲିସର ପଚରାଉଚୁରା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । ମନୀଷଙ୍କ ଦୁଇ ଜଣ ସାଙ୍ଗ କନ୍ଧମାଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ବେଳେ ଜଣଙ୍କୁ ପୂର୍ବରୁ ପୋଲିସ ଗିରଫ କରି ନେଇଥିଲା । ବୁଧବାର କନ୍ଧମାଳରେ ଆତ୍ମସମର୍ପଣ କରିଥିବା ଦୁଇ ଜଣଙ୍କୁ କମିଶନରେଟ ପୋଲିସ ଆଣି ପଚରାଉଚୁରା କରୁଥିବା ଜଣାପଡିଛି ।

ମୃତ୍ୟୁଞ୍ଜୟ ଓ ଦୀନେଶଙ୍କୁ ଭୁବନେଶ୍ୱର ଅଣା ଯାଇଥିବା ବେଳେ ଅନ୍ୟ ସାଙ୍ଗମାନଙ୍କୁ ଉଠାଇ ନେଇ ପଚରା ଉଚୁରା ଜାରି ରଖିଛି ପୋଲିସ । ଉଲ୍ଲେଖଯୋଗ୍ୟ ଯେ, ପାତ୍ରପଡାରେ ଏକ ପୋଖରୀରୁ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସାଙ୍ଗମାନେ ମୋ ପୁଅକୁ ମାରି ଦେଲେ ବୋଲି ନବୀନ ଦାସ କହିବା ପରେ ଜଣେ ସାଙ୍ଗକୁ ପୋଲିସ ଗିରଫ କରିଥିଲା । ଅନ୍ୟ ଦୁଇ ଜଣ କନ୍ଧମାଳରେ ଆତ୍ମ ସମର୍ପଣ କରିଥିବା ବେଳେ ବାରକୁ ସିଲ କରିଛି କମିଶନରେଟ ପୋଲିସ୍ ।

Get real time updates directly on you device, subscribe now.