fbpx

୬ ମାସ ମଧ୍ୟରେ କରିହେବ ଗର୍ଭପାତ; ନିୟମ ସଂଶୋଧନ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ରହିଥିବା ଗର୍ଭପାତ ନିୟମକୁ ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ ଏଣିକି ଗର୍ଭଧାରଣର ୬ ମାସ ବା ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇ ପାରିବ । ତେବେ କେବଳ କିଛି ସ୍ୱତନ୍ତ୍ର ସ୍ଥାନରେ ଏହି ନିୟମ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନାନ୍ସି(ଆମେଣ୍ଡମେଣ୍ଟ) ୨୦୨୧ ଅନୁଯାୟୀ ଏହି ନିୟମ ପରିବର୍ତ୍ତନ କରାଯାଇଛି । ଦୁଷ୍କର୍ମର ଶିକାର ହୋଇଥିବା ମହିଳା, ନାବାଳିକା, ବିବାହ ବିଚ୍ଛେଦ ଅଥବା ବିଧବା ହୋଇଥିବା ଏବଂ ଦିବ୍ୟାଙ୍ଗ ମହିଳାଙ୍କୁ ଏହି ଶ୍ରେଣୀରେ ସାମିଲ କରାଯାଇଛି ।

ଏହି ବର୍ଗରେ ଆସୁଥିଲେ ୬ ମାସ ବା ୨୪ ସପ୍ତାହ ମଧ୍ୟରେ ଗର୍ଭପାତର ସିଧାସଳଖ ଅନୁମତି ପ୍ରଦାନ କରାଯିବ । ମାର୍ଚ୍ଚରେ ବସିଥିବା ସଂସଦୀୟ ଅଧିବେଶନରେ ଏହି ବିଲକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ପୂର୍ବରୁ ରହିଥିବା ନିୟମ ଅନୁସାରେ ୧୦-୧୨ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଜଣେ ଡାକ୍ତରଙ୍କ ମତାମତ ଏବଂ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଦୁଇ ଜଣ ଡାକ୍ତରଙ୍କ ମତାମତ ଆବଶ୍ୟକ ରହୁଥିଲା । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବୋର୍ଡ ଗଠନ କରାଯିବ ଯାହା ଗର୍ଭପାତ ସମ୍ପର୍କରେ ସୂଚିତ କରାଇବ ଏବଂ ନିଷ୍ପତ୍ତି ଗ୍ରହଣ କରିବ ।

Get real time updates directly on you device, subscribe now.