fbpx

ନଈରେ ଖସି ପଡିଲା ବରଯାତ୍ରୀ ବସ: ୨୫ ମୃତ

ଜୟପୁର,୨୬ ।୨: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନଦୀରେ ଖସିପଡିଲା ବସ । ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, କୋଟାରୁ ବରଯାତ୍ରୀଙ୍କୁ ନେଇ ବସଟି ମାଧୋପୁର ଯାଉଥିଲା । ଭାରସାମ୍ୟ ହରାଇ ମେଜ ନଦୀରେ ଖସିପଡିଥିଲା । ଦୁର୍ଘଟଣାରେ ଏତେ ଭୟଙ୍କର ଶବ୍ଦ ହୋଇଥିଲା ଯେ ଗ୍ରାମବାସୀ ଆସି ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖସିପଡିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.