fbpx

ନବୀନ ପୁଣି ବିଜେଡି ସଭାପତି

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ପୁନଃ ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଅଷ୍ଟମ ଥର ପାଇଁ ଦଳର ମଙ୍ଗ ଧରିଛନ୍ତି ନବୀନ । ଏନେଇ ବିଜେଡି ରାଜ୍ୟ ପରିଷଦ ବୈଠକରେ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ । ପୁନଃ ସଭାପତି ହେବା ପରେ ନବୀନଙ୍କୁ ବିଜେଡିର ବହୁ ବରିଷ୍ଠ ନେତା ଶୁଭେଚ୍ଛା ଜଣାଇଛନ୍ତି । ବିଜେଡି ରାଜ୍ୟ ପରିଷଦ ବୈଠକରେ ୩୫୫ ଜଣ ସଦସ୍ୟ ଯୋଗ ଦେଇଛନ୍ତି । ପରିଷଦର ୩୫୫ ଜଣ ସଦସ୍ୟଙ୍କ ଭିତରୁ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ତେବେ ବିଜେଡି ଏକମାତ୍ର ପ୍ରାର୍ଥୀ ଭାବେ ଏହି ପଦ ପାଇଁ ନବୀନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

Get real time updates directly on you device, subscribe now.