fbpx

ଜନ୍ମ ପରେ ଡାକ୍ତରଙ୍କୁ ଏପରି ଚାହିଁଲା ଶିଶୁ, ଭାଇରାଲ ହେଲା ଫଟୋ

ଜନ୍ମ ହେବାର ମାତ୍ର କିଛି ସମୟ ପରେ ଜଣେ ଶିଶୁ ସମଗ୍ର ଦୁନିଆରେ ଚର୍ଚ୍ଚିତ ହୋଇଛି । ଶିଶୁଟିର ଫଟୋ ଭାଇରାଲ ହେବା ସହ ଲୋକମାନେ ତାହାର ମେମେ ମଧ୍ୟ ବନାଇବାରେ ଲାଗିଛନ୍ତି । ଜନ୍ମ ହେବା ପରେ ଶିଶୁଟି ଡାକ୍ତରଙ୍କୁ ରାଗିକି ଅନାଇଥିବା ଫଟୋରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଏଭଳି ଆଶ୍ଚର୍ଯ୍ୟଜନକର ଘଟଣାଟି ବାଜ୍ରିଲରେ ଘଟିଯାଇଛି । ଶିଶୁଟିର ନାମ ଇଜାବେଲ ହୋଇଥିବା ବେଳେ ସେ ସି ସେକ୍ସନ ସର୍ଜରୀ ଦ୍ୱାରା ଜନ୍ମ ହୋଇଥିଲା । ଜନ୍ମ ପରେ ଇଜାବେଲକୁ ଜଣେ ଡାକ୍ତର ହାତରେ ଉଠାଇଥିଲେ । କିନ୍ତୁ ଏପରି ଲାଗିଥିଲା କି, ଇଜାବେଲ ଡାକ୍ତରଙ୍କୁ ରାଗିକି ଚାହିଁଛି ।

ରୋଡ୍ରିଗୋ ନାମକ ଜଣେ ଫଟୋଗ୍ରାଫର ଏହି ସମୟରେ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ସୋସିଆଲ ମିଡିଆରେ ଇଜାବେଲର ଫଟୋ ଭାଇରାଲ ହେବାରେ ଲାଗିଛି ।

ଫଟୋଗ୍ରାଫର ରୋଡ୍ରିଗୋଙ୍କ କହିବା ମୁତାବକ, ୧୩ ଫେବ୍ରୁଆରିରେ ଇଜାବେଲ ଜନ୍ମ ହୋଇଥିଲା । ଜନ୍ମ ପରେ ଇଜାବେଲ ବିଲକୁଲ କାନ୍ଦୁ ନଥିଲା । ଏଥିପାଇଁ ଡାକ୍ତରମାନେ ଇଜାବେଲକୁ କନ୍ଦାଇବାକୁ ପାଇଁ ଚେଷ୍ଟା କରୁଥିଲେ । ସେହି ସମୟରେ ଇଜାବେଲର ଏପରି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.