fbpx

ଆଲର୍ଟ: ଫୋନରେ ପୂର୍ବରୁ ହିଁ ଇନଷ୍ଟଲ୍ ଥିବା ଆପ୍ ହୋଇପାରେ ଗୁପ୍ତଚର, ଜାଣନ୍ତୁ ଏହାଠାରୁ ବର୍ତ୍ତିବାର ତରିକା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ସ୍ମାର୍ଟଫୋନ୍ ବଜାର କାୟା ବିସ୍ତାର କରୁଛି, ଏହାର ରଙ୍ଗ-ରୁପ ତଥା ଫିଚର୍ ରେ ଅନେକ ପରିବର୍ତ୍ତନ ଆସୁଛି । ତେବେ ସ୍ମାର୍ଟଫୋନ୍ କିଣିବା ସମୟରେ କିଛି ଆପ୍ ପୁର୍ବରୁ ହିଁ ଇନଷ୍ଟଲ୍ ହୋଇ ରହିଥାଏ । ଯେଉଁଥିପାଇଁ ୟୁଜର୍ ମାନେ ସେ ଆପ୍ ସବୁକୁ ଚାହିଁଲେ ବି ହଟାଇ ପାରୁନାହାନ୍ତି । ଛୋଟ କମ୍ପାନୀର ସ୍ମାଟଫୋନ୍ ସମତେ ଏବେ ୮୦-୯୦ ହଜାର ଟଙ୍କାର ପ୍ରିମିୟମ୍ ଫୋନ୍ ରେ ମଧ୍ୟ କିଛି ଆପ୍ ପୂର୍ବରୁ ହିଁ ଇନଷ୍ଟଲ୍ ହୋଇ ରହିଥାଏ । ଆପଲ୍ ଫୋନ୍ କୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍ ଗୁଡ଼ିକରେ ପୂର୍ବରୁ ଅନେକ ଆପ୍ ମିଳିଥାଏ । ହେଲେ କଣ ଆପଣ ମାନେ ଜାଣିଛନ୍ତି କି ଏହି ଆପ୍ ସବୁ ଆପଣଙ୍କ ସୁରକ୍ଷା ପ୍ରତି ହାନିକାରକ ହୋଇପାରନ୍ତି ? କାରଣ ଏହି ଆପ୍ ଫୋନ୍ ରେ ଗୁପ୍ତଚରର କାମ କରନ୍ତି । ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟା ଏହିସବୁ ଆପ୍ ଜରିଆରେ ଚୋରୀ ହୋଇପାରେ । ତେବେ ଚାଲନ୍ତୁ ଜାଣିବା ବିସ୍ତୃତ ଭାବରେ ।

ଡବଲିନ୍ ର ଟ୍ରିନିଟି କଲେଜ୍ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚ ମୁତାବକ, ଅନେକ ଗୁଡ଼ିଏ କମ୍ପାନୀ ଫୋନରେ ପୂର୍ବରୁ ଇନଷ୍ଟଲ୍ ଥିବା ଆପ୍ ଜରିଆରେ ୟୁଜର୍ସଙ୍କ ଠାରୁ ତଥ୍ୟ ଚୋରୀ କରି ନିଜ ସର୍ଭର୍ ରେ ଷ୍ଟୋର୍ କରୁଛନ୍ତି । ଏମାନେ ଆପ୍ସ ସ୍କ୍ରିନ୍, ୱେବ୍ ଆକ୍ଟିଭିଟି, ଫୋନ୍ କଲ୍, ଡିଭାଇସ୍ ଆଇଡେଣ୍ଟିଫାୟାର୍ ଭଳି ତଥ୍ୟ ଷ୍ଟୋର୍ କରିଥାନ୍ତି । ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସାମସଙ୍ଗ, ସାଓମି, ହୁୱେଇ ଓ ରିୟଲମି, ଲିନେଜ ଓଏସ୍ ଭଳି ଫୋନ୍ ରୁ ପଠାଯାଇଥିବା ଡାଟାର ବ୍ୟବହାର କରାଯାଇଛି । ଯେଉଁ ଆପ୍ ସବୁରୁ ଡାଟା ଚୋରୀ ହେଉଛି ସେଥି ମଧ୍ୟରେ ଗୁଗୁଲ୍, ଫେସବୁକ୍ ଓ ମାଇକ୍ରୋସଫ୍ଟ ଭଳି ଆପ୍ ର ନାମ ସାମିଲ ରହିଛି ।

ଫୋନ୍ ରେ ପୂର୍ବରୁ ଇନଷ୍ଟଲ୍ ଥିବା କିଛି ଆପ୍ କୁ ଆପଣ ମାନେ ଅନ୍-ଇନଷ୍ଟଲ୍ ବି କରିପାରିବେ ନାହିଁ । ରିପୋର୍ଟରେ କୁହାଯାଇଛି ଯେ, ସାଓମିର ଫୋନ୍ ରେ ଆସୁଥିବା କିଛି ପ୍ରି-ଇନଷ୍ଟଲ୍ ଆପ୍, ଆପ୍ ସ୍କ୍ରିନ୍ ଓ ଡିଟେଲ୍ସ ସାଓମି କୁ ପଠାଇଥାଏ । ଯେଉଁଥିରେ ପ୍ରତ୍ୟେକ ଆପ୍ ରେ ବିତାଇଥିବା ସମୟର ତଥ୍ୟ ରହିଥାଏ । ଏହି ଡାଟାକୁ ସିଙ୍ଗାପୁର ଓ ୟୁରୋପକୁ ମଧ୍ୟ ପଠାଯାଇଥାଏ । ଏହିଭଳି ଭାବରେ ସାମସଙ୍ଗ ଓ ଅନ୍ୟ କମ୍ପାନୀ ମାନେ ମଧ୍ୟ ଷ୍ଟୋର୍ କରିଥାନ୍ତି । ଏଥିରେ ଇ-କମର୍ସ ଆପ୍ ମଧ୍ୟ ରହିଛି ଯେଉଁ ମାନେ ଡାଟା ଅନ୍ୟ ଦେଶର କମ୍ପାନୀ ମାନଙ୍କୁ ପଠାଇଥାନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି । ତେଣୁ ଆପଣ ଏହି ସବୁକୁ ଆଦୌ ବ୍ୟବହାର କରନ୍ତୁ ନାହିଁ । ଯେଉଁ ଆପ୍ କୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତାକୁ ପ୍ଳେ ଷ୍ଟୋର୍ ରୁ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.