fbpx

ଜିମରେ ସ୍ୱାମୀଙ୍କ ସହ ଏକ୍ସରସାଇଜ୍ କରୁଥିଲେ ମହିଳା ବାନ୍ଧବୀ, ଚପଲରେ ପିଟିଲେ ପତ୍ନୀ: ଭିଡିଓ ଭାଇରାଲ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା କୋହୋଫିଜା ଅଞ୍ଚଳରେ ବଡ଼ ହଙ୍ଗାମା କରିଛନ୍ତି । କୋହୋଫିଜାର ଜିମରେ ଜଣେ ମହିଳା ନିଜ ଭଊଣୀ ସହିତ ପହଞ୍ଚିଥିଲେ । ସେଠାରେ ନିଜ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖିବା ପରେ ତାଙ୍କର ତାଣ୍ଡବ ଆରମ୍ଭ ହୋଇଥିଲା । ଏହା ପରେ ମହିଳା ନିଜ ସ୍ୱାମୀଙ୍କ ମହିଳା ବାନ୍ଧବୀଙ୍କୁ ପିଟିବା ଆରମ୍ଭ କରିଥିଲେ । ଚପଲରେ ମାରପିଟ କରିବା ସହିତ ଚୁଟି ଭିଡାଭିଡି ଆରମ୍ଭ କରିଥିଲେ ମହିଳା । ଏହି ସମୟରେ ସ୍ୱାମୀ ନିଜ ମହିଳା ବାନ୍ଧବୀଙ୍କୁ ରକ୍ଷାକରିବାକୁ ପ୍ରୟାସ କରିଥିଲେ କିନ୍ତୁ ତାଙ୍କ ପତ୍ନୀ ଲଗାତାର ଭାବେ ପିଟିଚାଲିଥିଲେ ।

ଏହି ଅବସରରେ ପତି- ପତ୍ନୀଙ୍କ ମଧ୍ୟରେ ବି ମାରପିଟ୍ ଆରମ୍ଭ ହୋଇଥିଲା । ଜିମରେ ଏକ୍ସରସାଇଜ୍ କରୁଥିବା ଅନ୍ୟ ଜଣେ ମହିଳା ମହିଳାଙ୍କୁ ଭିତରକୁ ନେଇଥିଲେ, କିନ୍ତୁ ପତ୍ନୀ ଜିମ ଭିତରକୁ ଯାଇ ମଧ୍ୟ ମାରପିଟ୍ କରିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ସମ୍ବନ୍ଧ ରଖୁଥିବା ନେଇ ପତ୍ନୀ ସନ୍ଦେହ କରୁଥିଲେ । କିନ୍ତୁ ଅନ୍ୟ ସହ ସମ୍ବନ୍ଧ ଘଟଣାକୁ ସମ୍ପୂର୍ଣ୍ଣ ମନା କରିଥିଲେ ସ୍ୱାମୀ । ୧୫ ଅକ୍ଟୋବରରେ ମହିଳା ନିଜ ସ୍ୱାମୀଙ୍କୁ ଅନୁସରଣ କରି ଜିମରେ ପହଞ୍ଚିଥିଲେ, ଯେଉଁଠାରେ ସେ ନିଜ ମହିଳା ବାନ୍ଧବୀଙ୍କ ସହିତ ଉପସ୍ଥିତ ଥିଲେ । ଫଳରେ ମହିଳା ଓ ସ୍ୱାମୀଙ୍କ ବାନ୍ଧବୀଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.