fbpx

କେମିତି ଶୁଭୁଛି ସୂର୍ଯ୍ୟର ନିକଟତର ଗ୍ରହରୁ ଆସୁଥିବା ଶବ୍ଦ, ଶୁଣନ୍ତୁ

ନୂଆଦିଲ୍ଲୀ : ବୈଜ୍ଞାନିକଙ୍କ ଦ୍ୱାରା ମହାକାଶ ସମ୍ବନ୍ଧିତ ଅନେକ ଗବେଷଣା ଜାରି ରହିଛି । ସେ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ ହେଉ କି ଚନ୍ଦ୍ରର ଗତିବିଧି ବୈଜ୍ଞାନିକ ଅହୋରାତ୍ର ନିଜର ଗବେଷଣା ଚଳାଇଛନ୍ତି । ଏବେ ବୈଜ୍ଞାନିକ ସୂର୍ଯ୍ୟର ନିକଟତମ ଗ୍ରହ ବୁଧକୁ ନେଇ ଗବେଷଣା ଚଳାଇଛନ୍ତି । ଏଥିପାଇଁ ଅନ୍ତରୀକ୍ଷକୁ ବେପି କଲୋମ୍ବୋ ସ୍ପେସ କ୍ରାଫ୍ଟ ପଠାଯାଇଛି, ଯାହା ନିକଟ ଦିନରେ ବୁଧକୁ ଅତିକ୍ରମ କରିଛି । ଏହା ଗ୍ରହର ଚାରି ପଟେ ଘୂରି ପୃଥିବୀକୁ ବିଜ୍ଞାନ ସମ୍ବନ୍ଧିତ ସୂଚନା ପ୍ରେରଣ କରିବ । ଅକ୍ଟୋବର ୧ରେ କଲୋମ୍ବୋ ସ୍ପେସକ୍ରାଫ୍ଟରେ ଯାଇଥିବା ଫ୍ଲାଇ ବାଏ ବୁଧର ଚୁମ୍ବକୀୟ ଏବଂ ଅନ୍ୟ ଉପାଦାନର ନମୂନା ସଂଗ୍ରହ କରିଛି । ଫ୍ଲାଇବାଏ ଏହି ନମୂନା ବୁଧର ୧୯୯ କିଲୋମିଟର ଦୂରରୁ ସଂଗ୍ରହ କରିଛି ।

ଇଞ୍ଜିନିୟର ଏବଂ ବୈଜ୍ଞାନିକ ମାନେ ବର୍ତ୍ତମାନ ଉକ୍ତ ଚୁମ୍ବକୀୟ ଏବଂ ଆକ୍ସିଲୋମିଟର ଡାଟାକୁ ଧ୍ୱନୀରେ ପରିବର୍ତ୍ତନ କରି ଜାରି କରିଛନ୍ତି । ଏଥିରେ ଆମକୁ ଗ୍ରହରୁ ନିର୍ଗତ ପ୍ରଥମ ଅଡିଓ ମିଳିଛି । ବୁଧ ସୂର୍ଯ୍ୟର ନିକଟତର ହେବା ମାତ୍ରେ ବାୟୁରେ କ୍ଷୀପ୍ର ଗତିରେ କୌଣସି ବିମାନ ଯିବା ସମୟରେ ଯେଉଁ ଶବ୍ଦ ଶୁଣାଯାଏ ସେହି ପରି ଶବ୍ଦ ଶୁଣିବାକୁ ମିଳିଛି । ଗବେଷଣା ପାଇଁ ପଠାଯାଇଥିବା ସ୍ପେସକ୍ରାଫ୍ଟ ବୁଧ ଗ୍ରହର ଦିନ ରାତି ସମୟରେ ପରିର୍ତ୍ତିତ ତାପମାତ୍ରର ସୂଚନା ମଧ୍ୟ ପ୍ରେରଣ କରୁଛି ।

ବେପିକଲୋମ୍ବୋ ପଠାଉଥିବା ବିଜ୍ଞାନ ସମ୍ବନ୍ଧିତ ନମୂନା ଏବଂ ଡାଟାକୁ ନେଇ ବୈଜ୍ଞାନିକ ଗବେଷଣା ଚଳାଇଥିବା କହିଛନ୍ତି ଇଏସଏ ବେପି କଲୋମ୍ବୋ ପ୍ରକଳ୍ପର ବୈଜ୍ଞାନିକ ଜୋହାନେସ ବେନଖୋଫ । ଏହି ମିଶନର ଉଦ୍ଦେଶ୍ୟ ସୂର୍ଯ୍ୟର ନିକଟତର ହେବା ମାତ୍ରେ ବୁଧ ଗ୍ରହର ସ୍ଥିତି କେମିତି ରହୁଛି । ଦିନ ଏବଂ ରାତିରେ ତାପମାତ୍ରା କେତେ ରହୁଛି ।

ସ୍ପେସକ୍ରାଫ୍ଟ ଗ୍ରହର ନିକଟତର ହେବା ସମୟରେ ଏକ ଘଣ୍ଟା ପାଇଁ ନିଜର ପାରା ବାଇଗଣି ବା ଅଲଟ୍ରାଭାଇଓଲେଟ୍ ସ୍ପେକଟ୍ରୋମିଟରର ଉପଯୋଗ କରି ତଥ୍ୟ ଏକତ୍ର କରୁଛି । ଏହା ବୁଧ ଗ୍ରହର କମ ଘନତ୍ୱ ବାତାବରଣରେ ଥିବା ତତ୍ୱର ନମୂନା ଏବଂ ସୂଚନା ସଂଗ୍ରହ କରୁଛି । ବିଶେଷ କରି ସୌର ଝଡରୁ ଉତ୍ପନ ବାୟୁର ସ୍ଥିତି ଉପରେ ସ୍ପେସକ୍ରାଫ୍ଟ ତଥ୍ୟ ସଂଗ୍ରହ କରୁଛି । ତଥ୍ୟ ବିଶ୍ଳେଷଣରୁ ଜଣା ପଡିଛି ଯେ, ଯେବେ ବେପିକଲୋମ୍ବୋ ବୁଧର ଛାୟାରୁ ବାହାରୁଛି ସେହି ସମୟରେ ହାଇଡ୍ରୋଜେନ ଏବଂ କ୍ୟାଲସିୟମର ମାତ୍ରା ଅଧିକ ରହୁଛି ।

ୟୁରୋପିୟନ ସ୍ପେସ୍ ଏଜେନ୍ସି କହିଛି, ବୁଧର କକ୍ଷ ପଥକୁ ଥରେ ଘୁରିବା ପରେ ସ୍ପେକଟ୍ରୋମିଟର ମହାକାଶରେ ଗ୍ରହର ଅବସ୍ଥିତି ଏବଂ ଏହାର ସମୟର ସୂଚନା ଏକତ୍ର କରୁଛି । ବେପିକଲୋମ୍ବୋ ସ୍ପେସକ୍ରାଫ୍ଟ ବୁଧରେ ବାୟୁ, ତାପମାତ୍ରା ଏବଂ ଭୌଗୋଳିକ ସ୍ଥିତିର ନମୂନା ଏକତ୍ର କରି ସୂଚନା ପ୍ରେରଣ କରୁଛି ।

ଇଞ୍ଜିନିୟର ସ୍ପେସକ୍ରାଫ୍ଟରୁ ମିଳୁଥିବା ତଥ୍ୟର ବିଶ୍ଳେଷଣ କରି ଏହାକୁ ଅଡିଓରେ ପରିବର୍ତ୍ତନ କରୁଛନ୍ତି । ଏହାକୁ ଶୁଣି ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ଗ୍ରହର ଚୁମ୍ବକୀୟ କ୍ଷେତ୍ର ଏବଂ ସୌର ଝଡର ସ୍ଥିତି କେମିତି ରହୁଛି । ସ୍ପେସକ୍ରାଫ୍ଟ ଗ୍ରହ ଚତୁଃପାଶ୍ୱର୍ରେ ସୌର ପବନରେ ଅତିକ୍ରମ କରିବା ସମୟରେ ଏହାର ଘନତ୍ୱ କେତେ ରହୁଛି ଏବଂ ଚୁମ୍ବକୀୟ କ୍ଷେତ୍ରର ପ୍ରଭାବ କେତେ ରହୁଛି ତାହା ଜାଣିବାକୁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି ।

ସୂଚନାଯୋଗ୍ୟ, ବେପିକଲୋମ୍ବୋକୁ ସାତ ବର୍ଷ ପାଇଁ ବୁଧ ଗ୍ରହ ଅଭିଯାନରେ ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଛି । ନିଜ ଯାତ୍ରା ପୂରା ପାଇଁ ସ୍ପେସକ୍ରାଫ୍ଟକୁ ଅନ୍ତରୀକ୍ଷର ନଅଟି ଗ୍ରହର ମାଧ୍ୟାକର୍ଷଣ ଶକ୍ତିର ବ୍ୟବହାର କରିବାକୁ ପଡୁଛି । ଏହାକୁ ୨୦୧୮ ଅକ୍ଟୋବରରେ ମହାକାଶକୁ ଉତକ୍ଷେପଣ କରାଯାଇଥିଲା ।

Get real time updates directly on you device, subscribe now.