fbpx

ବହୁଚର୍ଚ୍ଚିତ ଅକ୍ଷୟ ଦାସ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ନିମାପଡା(ଭାସ୍କର ନ୍ୟୁଜ୍‌): ନିମାପଡା ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅସ୍ତରଙ୍ଗ ବହୁ ଚର୍ଚ୍ଚିତ ଅକ୍ଷୟ ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛି ।

ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଗ୍ରାମର ଶରତ ଦାସଙ୍କ ପୁଅ କାଳିଆ ଦାସ ମୋଟର ସାଇକେଲରେ ଯାଉଥିବା ବେଳେ ସେହି ଗ୍ରାମର ଅକ୍ଷୟ ଦାସ ଓ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିଥିଲା । ପ୍ରତିବାଦ କରିବାରୁ କାଳିଆ ଦାସ ସହିତ ୫ଜଣ ଆସି ଅକ୍ଷୟ ଦାସଙ୍କ ପେଟରେ ଭୁଜାଲି ପୁରାଇଦେଇଥିଲେ ଅକ୍ଷୟଙ୍କ ପତ୍ନୀ କନକକୁ ମରଣାନ୍ତକ ଆକ୍ରମଣ କରିଥିଲେ । କନକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଲିଭା ଦାସ, ଚକ୍ରଧର ଦାସଙ୍କୁ ଗିରଫ କରି ଗତ ୧୬ ତାରିଖରେ କୋର୍ଟ ଚାଲାଣ କରିଥିଲେ । ମୁଖ୍ୟ ଅଭିଯୁକ୍ତ ରାଜକିଶୋର ଦାସ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯାଇଥିଲା । ମଙ୍ଗଳବାର ସକାଳ ୭ଟା ସମୟରେ କାକଟପୁର ଅଞ୍ଚଳରୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜକିଶୋରଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏନେଇ ନିମାପଡା ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରେସମିଟ ଆୟୋଜନ କରାଯାଇଥିଲା । ଏସଡିିଓ ଦେବାଶିଷ ମିଶ୍ର ଅସ୍ତରଙ୍ଗ ଥାନା ଆଇଆଇସି ବାମଦେବ ନନ୍ଦ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପରେ ଅଭିଯୁକ୍ତ ରାଜକିଶୋରକୁ ପୋଲିସ କୋର୍ଟ ଚାଲାଣ କରିଛି । ଜାମିନ ନମଞ୍ଜୁର ହେବାରୁ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.