fbpx
BSKY SKY
BSKY SKY

ମମିତା ମର୍ଡର ମିଷ୍ଟ୍ରି: ଆଜି ବଲାଙ୍ଗୀର ବନ୍ଦ, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍

BSKY

ବଲାଙ୍ଗୀର, (ଭାସ୍କର ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତେବେ ଏହି ହତ୍ୟାକାଣ୍ଡ ଘଟଣାକୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଲାଙ୍ଗୀରରେ ବନ୍ଦ ପାଳନ ହେବ ବୋଲି ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । ତେବେ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି କୁହାଯାଇଛି । ଏହି ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ରାସ୍ତାକୁ ଓହ୍ଲାଇଛି ବିଜେପି । ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିବା ବେଳେ ଗୁରୁବାର ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.