fbpx

ମୋ ସରକାରରେ ସାମିଲ ହେଲା ଆଉ ଦୁଇ ବିଭାଗ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ମୋ ସରକାରରେ ଆଜି ଆଉ ଦୁଇ ବିଭାଗ ସାମିଲ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାମିଲ ହୋଇଥିବା ସୂଚନା ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଦୁଇ ବିଭାଗକୁ ସାମିଲ କରାଯାଇଛି । ଆଗାମୀ ଦିନରେ ସମସ୍ତ ବିଭାଗକୁ ମୋ ସରକାରରେ ସାମିଲ କରିବା ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଦିଗରେ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଗୋଟିଏ ପରେ ଗୋଟିଏ ବିଭାଗକୁ ମୋ ସରକାରରେ ସାମିଲ କରାଯାଉଛି । ମୋ ସରକାରରେ ବିଭାଗ ଗୁଡ଼ିକ ସାମିଲ ହେବା ଫଳରେ ଏହାର ସୁଫଳ ସିଧାସଳଖ ଜନତାଙ୍କୁ ମିଳିବ । ବିଭିନ୍ନ କ୍ଷେତ୍ରରେ ବିଳମ୍ବିତ ହୋଇ ପଡ଼ି ରହୁଥିବା ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ ହେବ । ଏହି ଦୁଇ ବିଭାଗ ବ୍ୟତୀତ ପୂର୍ବରୁ ୧୨ଟି ବିଭାଗକୁ ମୋ ସରକାରରେ ସାମିଲ କରାଯାଇସାରିଛି ।

Get real time updates directly on you device, subscribe now.