fbpx

ସାଉଥ ସିଟି ବାରରେ ପୋଲିସ ରେଡ୍: ବାର୍ ଭିତରେ ଗଦା ଗଦା ଟଙ୍କା

ମନୀଷ ହତ୍ୟା ମାମଲାରେ ସାଉଥ ସିଟି ବାରରେ ପୋଲିସ ରେଡ୍ । ଭୁବନେଶ୍ୱର ପାତ୍ରପଡ଼ା ଠାରେ ଥିବା ସାଉଥ ସିଟି ବାର୍ ରେ ପୋଲିସ ରେଡ୍ । ବାର୍ ର ଡ୍ୟାନ୍ସ ଫ୍ଲୋରରେ ପଡ଼ିଛି ପୁଳାପୁଳା ନକଲି ଟଙ୍କା । ରେଡ୍ କରି ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । କୋଭିଡ୍ ନିୟମ ଉଲ୍ଲଂଘନ କରି ବିନା ଲାଇସେନ୍ସରେ ଚାଲିଥିଲା ବାର୍ । ଏହା ସହ ସେପ୍ଟେମ୍ବର ୩୦ରୁ ସରିଯାଇଥିଲା ବାରର ଲାଇସେନ୍ସ । ଲାଇସେନ୍ସ ଅବଧି ସରିଥିବା ପରେ ମଧ୍ୟ ଚାଲିଥିଲା ବାର୍ ।

ସୂଚନାଯୋଗ୍ୟ, ଶୁକ୍ରବାର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମାମଲାରେ କମିଶନରେଟ ପୋଲିସର କନଷ୍ଟେବଲ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ପ୍ରସନ୍ନ ବେହେରା ହେଉଛନ୍ତି ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘର ସମ୍ପାଦକ । ଆଡିସନାଲ ଡିସିପିଙ୍କ ତଦନ୍ତ ଆଧାରରେ ପ୍ରସନ୍ନଙ୍କୁ ଡିସିପି ନିଲମ୍ବନ କରିଛନ୍ତି । ବିଳମ୍ବିତ ରାତି ଯାଏଁ ବାର୍ ଚଳାଇବା ଅଭିଯୋଗରେ ନିଲମ୍ବନ କରାଯାଇଛି । ପ୍ରସନ୍ନଙ୍କ ବିରୋଧରେ ନିୟମ ଭଙ୍ଗ ଓ କର୍ତ୍ତବ୍ୟରେ ଅବହେଳା କରିବାର ଅଭିଯୋଗ ହୋଇଛି । ଭାଇଙ୍କ ନାଁରେ ଲିଜ୍ ନେଇ ପ୍ରସନ୍ନ ସାଉଟ୍ ସିଟି ବାର୍ ଚଳାଉଥିବା ଅଭିଯୋଗ ହୋଇଛି । ସେପଟେ ଦାୟିତ୍ୱରେ ଅବହେଳା ପାଇଁ ତମାଣ୍ଡୋ ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଛି ।

Get real time updates directly on you device, subscribe now.