fbpx

ଧନତେରାସ ପୂର୍ବରୁ ଏତିକି ମହଙ୍ଗା ହେଲା ସୁନା; ରୂପା ଦର ହ୍ରାସ

ନୂଆଦିଲ୍ଳୀ:ମହଙ୍ଗା ହେଲା ସୁନା । ଦେଶରେ ପାର୍ବଣ ଋତୁ ଚାଲିଥିବାରୁ ଲଗାତାର ତୃତୀୟ ଦିନ ଧରି ସୁନା ଦର ମହଙ୍ଗା ହୋଇଛି । ସେପଟେ କିନ୍ତୁ ରୂପା ଦର ସାମାନ୍ୟ ହ୍ରାସ ପାଇଛି । ଆଗକୁ ଧନତେରାସ ଥିବାରୁ ଆଗକୁ ମଧ୍ୟ ଏହି ବହୁମୂଲ୍ୟ ଅଳଙ୍କାର ଦାମରେ ଜବରଦସ୍ତ ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ତାଜା ରେଟ୍ ମୁତାବକ, ଶୁକ୍ରବାର ୯୯୯ ଶୁଦ୍ଧତା ବିଶିଷ୍ଟ ୨୪ କ୍ୟାରେଟ ସୁନା ରେଟ୍ ୧୭୨ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ବର୍ତ୍ତମାନ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୬୪୧ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ରେଟ ୧୦୯ ଟଙ୍କା କମିଛି । ଯାହାପରେ ବର୍ତ୍ତମାନ ରୂପା କେଜି ପିଛା ୬୪,୮୯୧ ଟଙ୍କା ରହିଛି ।ନୂଆଦିଲ୍ଲୀରେ ବର୍ତ୍ତମାନ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୬୧୦ ଟଙ୍କା ଓ ୫୦, ୮୫୦ ଟଙ୍କା ରହିଥିବାବେଳେ ମୁମ୍ବାଇରେ ଏହା ଯଥାକ୍ରମେ ୪୬,୪୮୦ ଟଙ୍କା ଓ ୪୭,୪୮୦ ଟଙ୍କା ହୋଇଛି । ସେହିପରି ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୪,୧୮୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୭୧୦ ଟଙ୍କା ରହିଛି ।

Get real time updates directly on you device, subscribe now.