fbpx

ରସିଦଙ୍କ ଘାତକ ବୋଲିଂ: ହାରିଲା ଡିଫେଣ୍ଡିଂ ଚାମ୍ପିୟନ ୱିଣ୍ଡିଜ

ନୂଆଦିଲ୍ଲୀ:ସ୍ପିନର ଆଦିଲ ରସିଦଙ୍କ ଘାତକ ବୋଲିଂ ଫଳରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ । ଟସ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିଥିବା ବେଳେ କାରିବିୟାନ ଦଳ ମାତ୍ର ୫୫ରେ ସୀମିତ ରହିଥିଲା । ଜବାବରେ ଇଂଲଣ୍ଡ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଜୋଶ ବଟଲର ସର୍ବାଧିକ ୨୪ ରନ କରିଥିବା ବେଳେ ଜାସନ ରୟ ୧୧ ରନ କରିଥିଲେ । ଅକିଲ ହୋସେନ ୨ଟି ଏବଂ ରବି ରାମପାଲ ଗୋଟିଏ ୱିକେଟ ନେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱିଣ୍ଡିଜ ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା । ମୋଇନ ଅଲୀ ଆରମ୍ଭରୁ ଦୁଇଟି ୱିକେଟ ନେଇ ଦଳକୁ ସଙ୍କଟରେ ପକାଇଥିଲେ । ଶେଷ ଆଡକୁ ଆଦିଲ ରସିଦ ମାତ୍ର ୨ ରନରେ ୪ଟି ୱିକେଟ ନେଇଥିଲେ । ୱେଷ୍ଟଇଣ୍ଡିଜର ୧୦ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ । କେବଳ କ୍ରିସ ଗେଲ ୧୩ ରନ କରି ଦଳକୁ ୫୦ ରନ ପାର କରାଇଥିଲେ । ଦମଦାର ବୋଲିଂ ପ୍ରଦର୍ଶନ ପାଇଁ ମୋଇନ ଅଲୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.