fbpx

ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ; ଚିହ୍ନଟ ହେଲେଣି ୧୫ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ରିଟେନରେ କୋଭିଡ୍ ଭାଇରସର ଡେଲ୍ଟା ଭ୍ୟରିଆଣ୍ଟର ନୂଆ ମ୍ୟୁଟେସନ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ଡେଲ୍ଟା ଭ୍ୟାରିଆଣ୍ଟ AY.4.2 ର ନୀରିକ୍ଷଣ କରାଯାଉଥିଲା । ହେଲେ ଏବେ ଏହାର ସଂକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏଥିରୁ ଜଣାପଡ଼ୁଛି ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । AY.4.2 କୁ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ କୁହାଯାଏ । ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟର ମ୍ୟୁଟେସନକୁ  VUI-21COT-01 ନାମ ଦେଇଛି ।

ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀ ତରଫରୁ କୁହାଯାଇଛି ଗତ କିଛି ଦିନ ଧରି ଏହାର ଯାଞ୍ଚ କରାଯାଉଥିଲା । ଏହା ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ମଧ୍ୟ ଶୀଘ୍ର ବ୍ୟାପୁଛି । ଏପର୍ଯ୍ୟନ୍ତ ଏହା ଉପରେ ଯାଞ୍ଚ କରାଯାଉଛି । ତେଣୁ ଏହା ଜଣାପଡ଼ିନାହିଁ ଯେ ଏହା ଗମ୍ଭୀର ରୋଗର କାରଣ ହୋଇପାରେ କି ନାହିଁ । ଏହା ସହ ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ ଏହା ଭାକ୍ସିନକୁ କମ୍ ପ୍ରଭାବୀ କରୁଛି କି ନାହିଁ । ଏହା ଖୁବ ଶୀଘ୍ର ବ୍ୟାପୁଛି ଏହାର ପ୍ରାରମ୍ଭିକ ପ୍ରମାଣରୁ ଜଣାପଡ଼ୁଛି ଏହା ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଅଧିକ ବିପଦପୂର୍ଣ୍ଣ ହୋଇପାରେ । ଜିନୋମ ସିକ୍ୱେନସିଂରୁ ଜଣାପଡ଼ିଛି ଜୁଲାଇଠାରୁ ଅକ୍ଟୋବର ୨୦ ମଧ୍ୟରେ ଇଂଲଣ୍ଡ ରେ VUI-21COT-01 ର ୧୫,୧୨୦ ମାମଲା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.