fbpx

ଲେହେଙ୍ଗା ଭିତରୁ ମିଳିଲା ୩ କିଲୋ ଡ୍ରଗ୍ସ; ଜଣେ ଗିରଫ

ନୂଆଦିଲ୍ଲୀ: ଡ୍ରଗ୍ସ ଚୋରାଚାଲାଣ ପାଇଁ ଆଇନ ଯେତେବି କଡାକଡି ହେଉନା କାହିଁକି ଅପରାଧୀ ମାନେ ଏଥିରୁ ଖସିବା ପାଇଁ ନୂଆ ନୂଆ ରାସ୍ତା ବାହାର କରିଥାନ୍ତେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ବାହାଘର ଲେହେଙ୍ଗାରୁ ଉଦ୍ଧାର ହୋଇଛି ଡ୍ରଗ୍ସ । ୩ କିଲୋ ଡ୍ରଗ୍ସ ଜବତ ହୋଇଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିଛି । ଚେନ୍ନାଇରୁ ବେଙ୍ଗାଲୁରୁ ଅଭିମୁଖେ ଆସିଥିବା ବେଳେ ଏନସିବି ଜୋନାଲ ଡିରେକ୍ଟର ଗିରଫ କରିଥିଲେ ।

୩ଟି ଲେହେଙ୍ଗା ମଧ୍ୟରେ କୋଟି କୋଟି ଟଙ୍କାର ଡ୍ରଗ୍ସ ପଠାଯାଉଥିବା ନେଇ ଏନସିବିକୁ ଟିପ ଅଫ୍ ମିଳିଥିଲା । ବେଙ୍ଗାଲୁରୁରୁ ଏହି ଡ୍ରଗ୍ସ ଗୁଡିକ ଅଷ୍ଟ୍ରେଲିଆ ପଠା ଯାଇଥାନ୍ତା । ୩ଟି ଯାକ ଲେହେଙ୍ଗା ମଧ୍ୟରେ ସୁଡୋଫେଡ୍ରିନ ନାମକ ଡ୍ରଗ୍ସ ରହିଥିଲା ।

Get real time updates directly on you device, subscribe now.