fbpx

ଦଶହରା ମେଳା ହେଲା କାଳ: ବୋଲେରୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଆପାଣି ଥାନା ଅନ୍ତର୍ଗତ କାଟେଣୀ ରେଙ୍ଗାଲି ରାସ୍ତା କଡ଼ ସୁରକ୍ଷା ସିମେଣ୍ଟ ବାଡ଼ରେ ଏକ ବୋଲର ଦୁର୍ଘଟଣା ଘଟି କରଡ଼ାଗାଡ଼ିଆ ଗ୍ରାମର ଦୁଇ ପରିବାରରୁ ଜଣେ ମୃତ , ପାଞ୍ଚଜଣ ଗରୁତର ଆହତ ହୋଇଛନ୍ତି । ଶନିବାର ଅପରାହ୍ନ ସମୟରେରେ ଏକ ବୋଲେରୋରେ କରଡ଼ାଗାଡିଆ ଗ୍ରାମର ଦୁଇଟି ପରିବାରର କିଛି ବ୍ୟକ୍ତି କରଡ଼ାଗାଡ଼ିଆରୁ କାଳିଆପାଣି ଦଶହରା ଯାତ୍ରା ଦେଖିବା ପାଇଁ କାଳିଆପାଣି ଅଭିମୁଖେ ଯାଉଥିଲେ । ଏହି ସମୟରେ କାଟେଣୀ ରେଙ୍ଗାଲି ରୋଡ ସାଇଟ ସିମେଣ୍ଟ ସୁରକ୍ଷା ବାଡ଼ରେ ଧକା ହୋଇ ବୋଲେରଟି ଭାରସାମ୍ୟ ହରାଇ ଓଲଟି ଯିବାରୁ ଘଟଣାସ୍ଥଳରେ କରଡ଼ାଗାଡ଼ିଆ ଗ୍ରାମର ଶ୍ୟାମ ମୁଣ୍ଡାଙ୍କର ମୃତ୍ୟୁ ଘଟିଥିବା ବେଳେ ।
ଦୁର୍ଘଟଣା ଘଟିଥିବା ବୋଲେରଟିର ଯାନ୍ତ୍ରିକ ତ୍ରୁଟି ଯୋଗୁ ବୋଲେରୋଟି ଘଟଣାସ୍ଥଳରେ ଦୁର୍ଘଟଣା ଘଟିବା ପରେ ଜଳିଯାଇଥିବା ଦେଖିବାକୁ ମିଳିଥିଲା । ବୋଲେର ଗାଡ଼ିଟିରେ ମୋଟ ୬ ଜଣ ଥିବାବେଳେ ଅନ୍ୟ ୫ ଜଣଙ୍କୁ ଆହତ ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଆହତଙ୍କ ମଧ୍ୟରେ ୭ ବୟସର ଡ଼ବର ପୂର୍ତ୍ତି ,୩୦ ବର୍ଷ ବୟସ୍କ ମାକି ପୂର୍ତ୍ତି ,୧୬ ବର୍ଷର ମାଧୁରୀ ପୂର୍ତ୍ତି ସାମାନ୍ୟ ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଗୁରୁତ୍ବର ଆହତ ହୋଇଥିବା ଶ୍ରୀମତି ପୂର୍ତ୍ତି, ଶାନ୍ତି ଜାମୁଦାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୁକିନ୍ଦା ଡାକ୍ତର କଟକକୁ ସ୍ଥାନାନ୍ତର କରିଛନ୍ତି । ଘଟଣା ସ୍ଥଳରେ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.