fbpx

ପଦାକୁ ଆସିଲା ଆର୍ଯ୍ୟନ ଓ ଅନନ୍ୟାଙ୍କ ହ୍ୱାଟସଆପ୍ ଚାଟ୍; ଆଉ ୩ ଷ୍ଟାର୍ କିଡ୍ ଅଛନ୍ତି ସାମିଲ, ଡ୍ରଗ୍ସ ପାଇଁ ହୋଇଛି ସ୍ପେଶାଲ୍ ଗ୍ରୁପ୍

ମୁମ୍ବାଇ: ଆର୍ଯ୍ୟନ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସଆପ୍ ଚାଟ୍ ସାମନାକୁ ଆସିଛି । ଆର୍ଯ୍ୟନ ଚାଟ୍ ରେ ନିଜ ସାଙ୍ଗ ମାନଙ୍କୁ ଏନସିବି ନାଁରେ ଡରାଉଥିବା ଦେଖିବାକୁ ମିଳିଛି । ଚାଟ୍ ରେ ଗୋଟିଏ ସ୍ଥାନରେ ଆର୍ଯ୍ୟନ୍ ଲେଖିଛନ୍ତି ଯେ, “କୋକେନ୍ ଟୁମୋରୋ” ବୋଲି ଲେଖିଛନ୍ତି । ସେହିପରି ଆଉ ଏକ ଚାଟ୍ ରେ ଆର୍ଯ୍ୟନ୍ ଖାନ୍ ଅଚିତ୍ କୁମାର ନାମକ ଜଣେ ଡ୍ରଗ୍ ପେଡଲର୍ ଠାରୁ ୮୦ ହଜାର ଟଙ୍କାର ଗାଞ୍ଜା କିଣିବା ନେଇ କହିଛନ୍ତି ।

ଏନସିବିର କହିବା ମୁତାବକ, ଆର୍ଯ୍ୟନ-ଅନନ୍ୟାଙ୍କ କଥାବାର୍ତ୍ତା ବ୍ୟତୀତ ଆର୍ଯ୍ୟନଙ୍କ ସାଙ୍ଗ ମାନେ ଏକ ହ୍ୱାଟସଆପ୍ ଗ୍ରୁପ୍ କରିଛନ୍ତି ଯେଉଁଥିରେ କେବଳ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା ପାଇଁ ତିଆରି କରାଯାଇଛି । ଏହି ଗ୍ରୁପ୍ ରେ ଆର୍ଯ୍ୟନ ଓ ଅନନ୍ୟାଙ୍କ ବ୍ୟତୀତ ଅନ୍ୟ କିଛି ଷ୍ଟାର୍ କିଡ୍ ସାମିଲ ରହିଛନ୍ତି । ଏନସିବି ଖୁବ୍ ଶୀଘ୍ର ଗ୍ରୁପ୍ ରେ ସାମିଲ ଥିବା ଅନ୍ୟ ମାନଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିପାରେ ।

ପ୍ରଥମ କଥାବାର୍ତ୍ତା ୨୦୧୯ରେ ହୋଇଛନ୍ତି । ଏହିଦିନ ସେମାନେ ଡ୍ରଗ୍ସ ସମ୍ପର୍କରେ କଥା ହୋଇଛନ୍ତି । ଆର୍ଯ୍ୟନ ଗାଞ୍ଜା ବିଷୟରେ କଥା ହେଉଛନ୍ତି । ୱିଡ୍ ଏବେ ଡିମାଣ୍ଡରେ ଥିବା ଅନନ୍ୟା କହୁଥିବା ଦେଖିବାକୁ ମିଳିଛି । ଏହାପରେ ଆର୍ଯ୍ୟନ, ଅନନ୍ୟାଙ୍କ ଠାରୁ ଲୁଚେଇ ନେଇଯିବେ ବୋଲି କହିଛନ୍ତି । ଏଥିରେ ଅନନ୍ୟା ବି ସହମତି ପ୍ରକାଶ କରିଛନ୍ତି ।

ଆର୍ଯ୍ୟନ- ଗାଞ୍ଜା ।

ଅନନ୍ୟା- ଏହା ଏବେ ଡିମାଣ୍ଡରେ ଅଛି ।

ଆର୍ଯ୍ୟନ- ମୁଁ ତୁମଠାରୁ ଲୁଚେଇ ନେଇଯିବି ।

ଅନନ୍ୟା- ଠିକ୍ ଅଛି ।

ଅନନ୍ୟା- ନାଓ ଆଇ ଆମ୍ ଇନ୍ ବିଜନେସ୍

ଆର୍ଯ୍ୟନ- ତୁମେ ଗାଞ୍ଜା କିଣିଲ?

ଆର୍ଯ୍ୟନ- ଅନନ୍ୟା?

ଅନନ୍ୟା- ମୋତେ ଶୀଘ୍ର ମିଳିଯିବ ।

ଏନସିବିର କହିନୁସାରେ, ଡ୍ରଗ୍ସ ପାଇଁ ହୋଇଥିବା ଗ୍ରୁପ୍ ରେ ଆର୍ଯ୍ୟନ ଦୁଇ ଜଣ ସାଙ୍ଗଙ୍କୁ କହିଛନ୍ତି ଯେ, “ଲେଟସ୍ ଡୁ କୋକିନ୍” ଅର୍ଥାତ୍ କୋକିନ୍ ନିଶା କରିବାକୁ କହୁଛନ୍ତି । ଏହାପରେ କହୁଛନ୍ତି ଯେ, “I AM GETTING YOU FUCKED BY NCB” । ଏପରି କହି ସେ ଏନସିବିର ଥଟ୍ଟା କରୁଛନ୍ତି । ଆର୍ଯ୍ୟନ ଏହି ଡ୍ରଗ୍ସ ଗ୍ରୁପ୍ ଖୁଲମଖୁଲା ଡ୍ରଗ୍ସ ସମ୍ପର୍କରେ କଥାବାର୍ତ୍ତା ହେଉଛନ୍ତି । ତେବେ ଏହି ଗ୍ରୁପ୍ ରେ ଦୁଇଜଣ ଅନ୍ୟ ଷ୍ଟାର୍ କିଡ୍ ମଧ୍ୟ ସାମିଲ ଥିବା ସୂଚନା ଦେଇଛି ଏନସିବି । ସେମାନଙ୍କୁ ଖୁବ୍ ଶୀଘ୍ର ଏନସିବି ଜେରା ଅଧୀନକୁ ଆଣିପାରେ ।

Get real time updates directly on you device, subscribe now.