fbpx

ସମୀର ୱାଙ୍ଖଡେଙ୍କ ବଦଳରେ ଅନ୍ୟ ଅଧିକାରୀ କରିବେ ଆର୍ୟନ ଖାନ କେସର ତଦନ୍ତ ? ଏନସିବି ବୈଠକରେ ମାନସ ମନ୍ଥନ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଡ୍ରଗ୍ସ କେସ ମାମଲାର ତଦନ୍ତର ଦାୟିତ୍ୱ ଭାର ନୂତନ ଅଧିକାରୀଙ୍କୁ ଦିଆଯାଇପାରେ । ଏହା ଉପରେ ମାନସ ମନ୍ଥନ ଚଳାଇଛି ନାର୍କୋଟିକ୍ସ କଣ୍ଟ୍ରେଲ ବ୍ୟୁରୋ(ଏନସିବି) । ବର୍ତ୍ତମାନ ଏହି କେସର ତଦନ୍ତ କରୁଥିବା ସମୀର ୱାଙ୍ଖେଡାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆଦେଶ ଦିଆଯାଇଛି । ଏନସିବି ସୂତ୍ର ଅନୁଯାୟୀ, ଆର୍ୟନ ଖାନ ମାମଲାରେ ଯାଞ୍ଚ ଅଧିକାରୀ ସମୀର ୱାଙ୍ଖେଡାଙ୍କ ପ୍ରସଙ୍ଗରେ ସୋମବାର ଏଜେନ୍ସିର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ଅଧିକାରୀ ଏହା ସ୍ୱୀକାର କରିଛନ୍ତି ଯେ, ସମୀରଙ୍କ ବିରୋଧରେ ବର୍ତ୍ତମାନ ଭିଜିଲାନ୍ସ ଯାଞ୍ଚ ଆଦେଶ ଦିଆଯାଇଛି, ତେଣୁ ତାଙ୍କ ଦ୍ୱାରା ମାମଲାର ତଦନ୍ତ ଜାରି ରଖାଯିବା ଉଚିତ୍ ନୁହେଁ ।

ସୂଚନାଯୋଗ୍ୟ, ଆର୍ୟନ ଖାନ ଡ୍ରଗ୍ସ କେସରେ ତଦନ୍ତର ନେତୃତ୍ୱ ନେଇଥିବା ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ସୋମବାର ଦିଲ୍ଲୀ ପହଞ୍ଚିଛନ୍ତି । କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟିରେ ୱାଙ୍ଖଡେ ସହିତ ଏଜେନ୍ସିର କିଛି ଅଧିକାରୀ ଆର୍ୟନଙ୍କୁ ଛାଡିବା ପାଇଁ ୨୫ କୋଟି ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି । ଆଉ ଏହି ଆରୋପ ଲଗାଇଛନ୍ତି ଘଟଣାର ଜଣେ ସାକ୍ଷୀ । ଏହା ପରେ ସମୀରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆଦେଶ ଦିଆଯାଇଛି ।

ଏନସିବି ସ୍ୱତନ୍ତ୍ର ଅଦାଲତରେ ଦାଖଲ ସତ୍ୟପାଠରେ କହିଛି ଯେ, ୱାଙ୍ଖଡେ ଓ ଅନ୍ୟ ଅଧିକାରୀଙ୍କ ସେବାରେ କୌଣସି ଆଜି ଯାଏଁ କୌଣସି ଦାଗ ଲାଗିନି । ହେଲେ ୱାଙ୍ଖଡେଙ୍କ ବିରୋଧରେ ବଟି ଆଦାୟ ଆରୋପ ଲଗାଇଥିବା ବିଶେଷ ସାକ୍ଷୀ ପ୍ରଭାକର ସାଇଲଙ୍କ ଦ୍ୱାରା ସତ୍ୟପାଠ ଦାଖଲ କରାଯାଇଛି । ଏହା ପରେ ହିଁ ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆଦେଶ ଦିଆଯାଇଛି । ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିବା ପରେ ମହାରାଷ୍ଟ୍ର ସରକାର ସାଇଲଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଇଛନ୍ତି । ଏନସିବିର ଉତ୍ତର କ୍ଷେତ୍ରର ଉପ ମହାନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହ ୱାଙ୍ଖଡେଙ୍କ ବିରୋଧରେ ମାମଲାର ତଦନ୍ତ କରିବେ ।

 

 

Get real time updates directly on you device, subscribe now.