fbpx

ନବୀନ ନିବାସ ରାଲି ବେଳେ ପୋଲିସକୁ ହୋଇଛି ଅଣ୍ଡାମାଡ଼: ଡିସିପି

କଟକ(ଓଡ଼ିଶା ଭାସ୍କର): ଛାତ୍ର କଂଗ୍ରେସର ନବୀନ ନିବାସ ରାଲି ବେଳେ ହୋଇଛି ଟମାଟୋ ଓ ଅଣ୍ଡା ମାଡ଼ । ପୋଲିସ ଉପରକୁ ଅଣ୍ଡାମାଡ଼ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । ଡିସିପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବିକ୍ଷୋଭ ବେଳେ ପୋଲିସ ଉପରକୁ ଅଣ୍ଡାମାଡ଼ ହୋଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

ତେବେ ମମିତା ହତ୍ୟା ମାମଲାରେ ସବୁ ମହଲରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରାଯାଉଛି । ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ରାଲି କରିଥିଲେ । ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ ଭାଙ୍ଗିବା ସହି ଟମୋଟୋ ଓ ଅଣ୍ଡାମାଡ଼ କରିଥିଲେ ଛାତ୍ର କଂଗ୍ରେସ କର୍ମୀ ।

Get real time updates directly on you device, subscribe now.