fbpx

ୟୁପି ବିଧାନସଭା ଉପରେ ଦିଦିଙ୍କ ନଜର: ପୁଣି ଦେଖିବାକୁ ମିଳିବ BJP-TMC ମେଗା ଫାଇଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାଜପାକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ମମତା ବାନାର୍ଜୀଙ୍କ ପାଦ ଆଉ ତଳେ ଲାଗୁନାହିଁ । ବଙ୍ଗ ଦଖଲ ପରେ ଆରମ୍ଭ ହୋଇଯାଇଛି ଦିଦିଙ୍କ ଅସଲି ରଙ୍ଗ । ବିଜୟ ପରେ ଆତ୍ମବିଶ୍ୱାସରେ ଉତଫୁଲ୍ଲିତ ହୋଇ ସେ ଜାତୀୟ ରାଜନୀତି ଆଡ଼କୁ ଆକୃଷ୍ଟ ହୋଇଛନ୍ତି । ନିକଟରେ ଦିଦି ଗୋଆ ଓ ତ୍ରିପୁରା ନିର୍ବାଚନ ପାଇଁ ଶଙ୍ଖ ଫୁଙ୍କି ସାରିଛନ୍ତି । ଏବେ ଦେଶର ସର୍ବବୃହତ୍ ନିର୍ବାଚନ କ୍ଷେତ୍ର ଉତ୍ତର ପ୍ରଦେଶ ଉପରେ ଦିଦିଙ୍କ ଆଖି । କାରଣ ୟୁପିରେ ଯଦି ଦିଦି ଭାଜପାକୁ ପଛକୁ ଠେଲିବାରେ ସକ୍ଷମ ହେବେ, ତେବେ ତାଙ୍କର ରାଜାନୀତିର ପଥ ସୁଗମ ହୋଇପାରିବ । ମାତ୍ର ଦିଦିଙ୍କ ପାଇଁ ଏହା ଏତେ ସହଜ ହେବ ନାହିଁ ବୋଲି ରାଜନୀତିକ ବିଶାରଦମାନେ ବିଚାର କରୁଛନ୍ତି ।

ଜଣାପଡ଼ିଛି ଯେ, ଦିଦି ଛଠ ପୂଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ । ଗତକାଲି ପୂର୍ବତନ ବିଧାନ ପାର୍ଷଦ ରାଜେଶପତି ତ୍ରିପାଠୀ ଓ ୟୁପି କଂଗ୍ରେସର ପୂର୍ବ ଉପାଧ୍ୟକ୍ଷ ଲଲିତେଶପତି ତ୍ରିପାଠି ଟିଏମସିରେ ସାମିଲ ହୋଇସାରିଛନ୍ତି । ୟୁପିର ଦୁଇଜଣ ବରିଷ୍ଠ ନେତା ଟିଏମସି ଆଡ଼କୁ ଢଳିବା ପରେ ଦିଦି ବାରାଣାସୀ ଗସ୍ତ ପାଇଁ ଘୋଷଣା କରିଛନ୍ତି । ତେବେ ଟିଏମସି ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ିଛି । ତେଣୁ ବିଜେପିକୁ କ୍ଷମତାଚ୍ୟୁତ କରାଇବା ପାଇଁ ଏହା ଉଚିତ ସମୟ । ୟୁପିରେ ଗତ ୧୫ ବର୍ଷ ଧରି କଂଗ୍ରେସ ଭାଜପା ବିପକ୍ଷରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଟିଏମଏସି ଏକ ଜାତୀୟ ଦଳ ହୋଇଥିବାରୁ ତାଙ୍କୁ କୌଣସି ସ୍ଥାନକୁ ଯିବା ପାଇଁ କେହି ରୋକି ପାରିବେ ନାହିଁ । ଦଙ୍ଗା ସୃଷ୍ଟିକାରୀଙ୍କ ପାଇଁ ଲକ୍ଷ୍ମଣରେଖା ଥାଏ । ବିଜେପି ସରକାର ହାଥରସ, ଲଖୀମପୁରରେ ଦଳିତ, ମହିଳା ଓ କିଷାନଙ୍କ ଉପରେ ଅତ୍ୟାଚାର ଚଳାଇଛି ବୋଲି ମମତା କହିଛନ୍ତି ।

Get real time updates directly on you device, subscribe now.